Pratidin TV

Odisha's Digital News Platform

ଲୋକୋ ପାଇଲଟଙ୍କୁ ଅପହରଣ ପରେ ଲୁଟ, ୩ ଜଣ ଅଭିଯୁକ୍ତ ଗିରଫ

1 min read

ଜଣେ ଲୋକୋ ପାଇଲଟଙ୍କୁ ଅପହରଣ କରିବା ପରେ ତାଙ୍କଠାରୁ ଲୁଟ କରିବା ଘଟଣାରେ ରାଉରକେଲା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୁଟର ଶିକାର ହୋଇଥିବା ଲୋକୋ ପାଇଲଟ ହେଉଛନ୍ତି ନିହାର ସରକାର। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା |

ଗତ କିଛି ଦିନ ପୂର୍ବରୁ ଏକ ଲୋକ ପାଇଲଟ କର୍ମଚାରୀଙ୍କୁ କାର ଯୋଗେ ଗତ ୨୨ ତାରିଖରେ ଅପହରଣ କରିନେଇଥିଲେ। ତାଙ୍କ ଠାରୁ ୧ ଲକ୍ଷ ୭0 ହଜାର ଟଙ୍କା ଲୁଟି ନେବା ସହ ସୁନା ଚେନ ଲୁଟି ନେଇ ବାଲୁଘାଟ ଅଞ୍ଚଳରେ ଛାଡି ଦେଇଥିଲେ | ରାଉରକେଲା SP ଛେଣ୍ଡ ଥାନା ଅଧିକାରୀ ଏବଂ Additional SP ଏକ ଟିମ ତିଆରି କରି ଏହି ଦୁର୍ବୁତ୍ତ ମାନଙ୍କୁ ଭୁବନେଶ୍ୱରରୁ ଧରିବାରେ ସଫଳ ହୋଇଛନ୍ତି, ଏମାନଙ୍କ ପାଖରୁ ନାଗଦ 50 ହଜାର ଟଙ୍କା ଏବଂ ସୁନା ଚେନ ମରାମତ ହୋଇଅଛି,

Leave a Reply

Your email address will not be published. Required fields are marked *