Pratidin TV

Odisha's Digital News Platform

ଦିଲ୍ଲୀ ଏମ୍ସ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଲାଲକୃଷ୍ଣ ଆଡଭାନୀ

1 min read

ସୁସ୍ଥ ହୋଇ ମେଡିକାଲ୍ରୁ ଘରକୁ ଫେରିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଜୁନ ୨୬ ତାରିଖ ଦିନ ରାତିରେ ତାଙ୍କ ଅସୁସ୍ଥତା ଅନୁଭବ ହେବା ଯୋଗୁଁ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ମେଡିକାଲ ଚିକିତ୍ସା ପାଇଁ ନେଇଥଲେ | ତେବେ ଗୁରୁବାର ଅର୍ଥାତ ଜୁନ ୨୭ ତାରିଖ ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ ଏମ୍ସ ଡାକ୍ତରଙ୍କ କହିବାନୁଯାୟୀ, ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ପରିବାର ପକ୍ଷରୁ କୁହାଯାଇଛି ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସୂଚନା ଅନୁଯାୟୀ, ଗତ ୩ ମାସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀସ୍ଥିତ ବାସଭବନକକୁ ଯାଇ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *