Pratidin TV

Odisha's Digital News Platform

Bigg Boss ରୁ ବ୍ରେକ୍ ନେଲେ ସଲମାନ , ଏବେଠୁ ହୋଷ୍ଟ ସାଜିବେ ‘କରଣ’

1 min read

ନୂଆଦିଲ୍ଲୀ : ଭାଇଜାନ୍‌ଙ୍କୁ ଡେଙ୍ଗୁ ହୋଇଥିବା ଖବରଟି ସାରା ଦେଶରେ ହଲ୍‌ଚଲ୍ ସୃଷ୍ଟି କରିଦେଇଛି । ତେବେ ଗତ ୪ ରୁ ୫ ଦିନ ହେବ ସଲମାନଙ୍କ ସ୍ୱାସ୍ଥ ଅବସ୍ଥା ଅଧିକ ଗୁରୁତର ହୋଇଯିବା ସୂଚନା ମିଳିଛି । ତାଙ୍କୁ ଡେଙ୍ଗୁ ହେବା କାରଣରୁ ବର୍ତ୍ତମାନ ଠାରୁ ଆଗକୁ ସେ ସୁସ୍ଥ ହେବାଯାଏ ବିଗ୍ ବସ୍‌-୧୬ ର ହୋଷ୍ଟିଙ୍ଗ୍ ସେ କରିବେ ନାହିଁ । ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ ଏବେଠୁ ସଲମାନଙ୍କ ଜାଗାରେ କରଣ ଜୋହର ଶୋଟିର ହୋଷ୍ଟି କରିବେ ।

ସୂଚନା ଅନୁଯାୟୀ ସଲମାନ ଖାନ୍ ଗତ ଦୁଇ ସପ୍ତାହ ହେଲା ଫିଲ୍ମ ‘କିସି କା ଭାଇ, କିସି କା ଜାନ୍’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା। ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଶୁଟିଂକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା।

Advertisement

ସେପଟେ ସଲମାନଙ୍କୁ ଡେଙ୍ଗୁ ହୋଇଥିବା ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ମାନେ ବେଶ୍ ଦୁଃଖିତ ହୋଇପଡିଛନ୍ତି। ଖୁବ୍ ଶୀଘ୍ର ସେ ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କ ଫ୍ୟାନ୍ମାନେ ଏବଂ ବିଗବସ୍‌ର ମେମ୍ବରମାନେ ଭାଗବାନଙ୍କ ନିକଟରେ ପ୍ରାତନା କରିଛନ୍ତି।

Leave a Reply

Your email address will not be published. Required fields are marked *