Pratidin TV

Odisha's Digital News Platform

ଦିଲ୍ଲୀ ବିମାନବନ୍ଦରରେ ବଡ ଅଘଟଣା,ଟର୍ମିନାଲ-୧ର ଛାତ ଭୁଶୁଡି ୬ ଆହତ

1 min read

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ | ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ-୧ର ଛାତ। ଛାତ ଭୁଶୁଡ଼ି ୬ ଜଣ ଗୁରୁତର | ଏନେଇ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା | ଖବର ପାଇ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରାଯାଇଛି | ଏହି ଘଟଣାରେ ତୁରନ୍ତ ୪ ଜଣଙ୍କୁ ତୁରନ୍ତ ମିଡ଼ିକାଲରେ ଭର୍ତ୍ତି କରଯାଇଥିଲା |

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତଟି ଭୁଶୁଡ଼ି ପଡ଼ିଥିଲା। ଛାତ ଭଗ୍ନାଂବଶେଷ ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍‌ ଉପରେ ପଡ଼ିଥିଲା। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଭିତରେ ଚାପି ହୋଇଯାଇଥିଲା।ସେହି ସମୟରେ କାର୍‌ରେ ଲୋକ ମଧ୍ୟ ଥିଲେ। ଅଗ୍ନିଶମ ବିହାନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ କାର୍‌ ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ୩ଟି ଦମ କଳବାହିନୀ ନିୟୋଜିତ ହୋଇଛନ୍ତି।

Advertisement

ଅନ୍ୟପଟେ ଅଘଟଣ ପରେ ଟର୍ମିନାଲ-୧କୁ ସାମୟିକ ପାଇଁବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି ।

Leave a Reply

Your email address will not be published. Required fields are marked *