Pratidin TV

Odisha's Digital News Platform

ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ,ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ

1 min read

ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ବାହାରଘରରେ ଦାମିକିଆ କାର୍ଡ | ଯେଉଁ କାର୍ଡକୁ ଖୋଳୁ ଖୋଳୁ ବାଜୁଛି ରାଧାକୃଷ୍ଣଙ୍କର ଗୀତ ଏବଂ ଖଞ୍ଜା ହୋଇଛି ସୁନାରୂପାର ମୂର୍ତ୍ତି | କାର୍ଡର ପ୍ରତ୍ୟକଟି କୋଣାନୁକୋଣରେ କେବଳ ଦେବାଦେବୀଙ୍କ ଚିତ୍ର | କାର୍ଡରେ ରାଧାକୃଷ୍ଣ, ଗଣେଶ, ମା ଦୁର୍ଗା, ମତ ପାର୍ବତୀଙ୍କ ରହିଛି ଫଟୋ | କେବଳ ସେତିକି ନୁହେଁ ପ୍ରତ୍ୟକଟି ଅତିଥିମାନଙ୍କୁ କାଶ୍ମୀରରୁ ଆସିଥିବା ହାତ ତିଆରି ଏକ ସୁନ୍ଦର ସଲ ମଧ୍ୟ ଦିଆଯାଇଛି | ଯାହାକୁ ଦେଖିଲେ ଏକ ପ୍ରକାର ଆଖି ଲାଖି ଯାଉଛି |

ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟ ଙ୍କ ବିବାହ ଖୁବଶୀଘ୍ର ହେବାକୁ ଯାଉଛି | ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ପାଇଁ ଚାଲିଛି ପ୍ରସ୍ତୁତି। ଜୁଲାଇ ୧୨ରେ ଏହି ଦାମୀ ବାହାଘର ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ତ୍ତମାନ ଚାଲିଛି କାର୍ଡ ବଣ୍ଟା ।

Advertisement

ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିର ଯାଇ ଅମ୍ବାନୀ ପରିବାର ନିମନ୍ତ୍ରଣ ପତ୍ର ଦେବା ପରେ ବର୍ତ୍ତମାନ ପ୍ରିୟଜନଙ୍କୁ ଦେଉଛନ୍ତି ନିମନ୍ତ୍ରଣ | ଯେଉଁ କାର୍ଡରେ ହୋଇଛି ଅନେକ କାରୁକାର୍ଯ୍ୟ ଏବଂ କାର୍ଡ ଦେଖିଲେବି ଆଖି ଲାଖିଯାଉଛି | ନିମନ୍ତ୍ରଣପତ୍ରରେ ଏକ ସୁନ୍ଦର ମନ୍ଦିର ରହିଛି, ଯାହା ରୁପାରେ ନିର୍ମିତ। ଏହାକୁ ଖୋଲିବା ମାତ୍ରେ ଭଜନ ବାଜୁଛି। ମନ୍ଦିରରେ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ଏଥିରେ ପ୍ରଭୁ ଗଣେଶ, ରାଧାକୃଷ୍ଣ ଏବଂ ମା ଦୁର୍ଗାଙ୍କ ସୁନାରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। କେବଳ ଏତିକି ନୁହେଁ, ନିମନ୍ତ୍ରଣ ବାକ୍ସରେ ଅନ୍ୟ ଦେବା ଦେବୀଙ୍କ ଫଟୋଚିତ୍ର, ବିବାହର ତାରିଖ ଏବଂ ଉତ୍ତରୀୟ ରହିଛି, ଯାହା ଖୁବ୍ ଚିତ୍ତାକର୍ଷକ ହୋଇଛି।

ନିକଟରେ ଅନନ୍ତ ଅମ୍ବାନୀ ତାଙ୍କ ବିଳାସପୂର୍ଣ୍ଣ ୧୦ କୋଟି ଟଙ୍କାର Rolls Royce Cullinan କାରରେ ବିବାହ ନିମନ୍ତ୍ରଣପତ୍ର ଦେବା ସମୟରେ ନଜର ଆସିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବହୁ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଜୁଲାଇ ୧୨ରେ ମୁମ୍ବାଇରେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବି.କେ.ସି)ର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏକ ପାରମ୍ପାରିକ ହିନ୍ଦୁ ବୈଦିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *