Pratidin TV

Odisha's Digital News Platform

ସମ୍ବଲପୁର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ , ତୁରନ୍ତ ପାଣି ପାଇପ୍ ବଦଳାଇବାକୁ ଦେଲେ ନିର୍ଦ୍ଦେଶ ।

ସମ୍ବଲପୁର ; ଓଡିଶା ସରକାର ଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେସ ମହାଲିଙ୍ଗ ଆଜି ସମ୍ବଲପୁର ଗସ୍ତରେ ଆସି ମାଁ ସମଲେଶ୍ୱରୀ ଙ୍କ ଦର୍ଶନ କରିଛନ୍ତି । ତାସହ ରାଜ୍ୟ ସରକାର ଙ୍କ ସମସ୍ତ ଉପଲବ୍ଧି ରାଜ୍ୟବାସୀ ପାଆନ୍ତୁ ବୋଲି କହିଛନ୍ତି ।

ଏହା ସହ ସମ୍ବଲପୁର ସହରରେ ବଢୁଥିବା ଜଣ୍ଡିସ ଆତଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନଙ୍କୁ ନେଇ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଥିବା ନେଇ ସେ କହିଛନ୍ତି । ସମ୍ବଲପୁର ସହରରେ ପାଣି ପାଇପ ବଦଲାଇ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସେହିପରି ଅନୁଗୁଳରେ ଆଖି ଅପରେସନରେ ତୃଟି ଘଟଣାରେ ମଧ୍ୟ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି ଆଖି ଅପରେସନ ହୋଇଥିବା ରୋଗୀଙ୍କୁ ମନ୍ତ୍ରୀ ଭିମସାର ଯାଇ ଭେଟିବେ ବୋଲି କହିଛନ୍ତି । ଅନ୍ୟପଟେ ରାୟଗଡାରେ ବ୍ୟାପିଥିବା ଡିପଥେରିଆ ରୋଗ ପ୍ରତି ସ୍ବାସ୍ଥ୍ୟ ବିଭାଗ ସଚେତନ ସହ ତତ୍ପର ଅଛି । ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଟୀକାକରଣ କାର୍ଯ୍ଯ ମଧ୍ୟ ଜୋର ସୋରରେ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *