Pratidin TV

Odisha's Digital News Platform

ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

1 min read

ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | ଚାନ୍ଦିପୁର ଆଇଟିଆର ପରିସରରୁ ଏହି ଦ୍ରୁତଗତି କ୍ଷପଣାସ୍ତ୍ର ଅଭ୍ୟାସର ସଫଳ ପରୀକ୍ଷଣ କରାଯାଇଛି | ଏକ ଚାଳକ ବିହୀନ ପ୍ରତିରୂପ କ୍ଷପଣାସ୍ତ୍ର ପ୍ରଥମେ ଆକାଶ ମାର୍ଗକୁ ନିକ୍ଷେପ କରିବା ପରେ ତାକୁ ଲକ୍ଷଭେଦ କରିଥିଲା ଏହି କ୍ଷପଣାସ୍ତ୍ର |

ଆଜିର ପରୀକ୍ଷା ଥିଲା ଅଭ୍ୟାସର ୧0ମ ପରୀକ୍ଷଣ | ପ୍ରତିରକ୍ଷା ଗବେଷଣ ବିକାଶ ପକ୍ଷରୁ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଥିବା କ୍ଷପଣାସ୍ତ୍ର ଏକ ଲକ୍ଷ୍ୟଭେଦୀ କ୍ଷପଣାସ୍ତ୍ର | ଯାହା ରାଡାର ଇଲେକ୍ଟ୍ରୋ ଅପଟିକ ସିଷ୍ଟମ ଭଳି ସ୍ୱୟଂ ଚାଳିତ ସଂସ୍ଥା ଦ୍ୱାରା ପରିଚାଳିତ| ଏଥିରେ ଗ୍ୟାସ ଡର୍ବାଇ ଇଞ୍ଜିନ, ଏମିଏସେସ ନାଭିକେସନ ସିଷ୍ଟମ, ଇତ୍ୟାଦି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ରହିଛି |

Advertisement

ବାଙ୍ଗଲୋର ସ୍ଥିତ ଡିଆରଡିଓର ଏରୋନେଟିକଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ଏହାର ଡିଜାଇନ କରାଯାଇଥିବା ବେଳେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ଼ ନରେଶନ ଏବଂ ଟରବୋ ଏହାକୁ ପ୍ରସ୍ତୁତ କରିଛନ୍ତି | ଅଭ୍ୟାସର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ସଚିବ ତଥା ଡିଆରଡିଓର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *