Pratidin TV

Odisha's Digital News Platform

ଲୋକସଭାରେ ନିଟ୍ ପେପର ଲିକ୍ ପ୍ରଶ୍ନ କରିବାରୁ , ବନ୍ଦ ହୋଇଗଲା ରାହୁଲ ଗାନ୍ଧୀଙ୍କ ମାଇକ୍ ।

1 min read

ଆଜି ଲୋକସଭାରେ ରାହୁଲ ଗାନ୍ଧୀ ନିଟ୍ ପେପର ଲିକ୍ ପ୍ରସ୍‌ଙ୍‌ଗ ଉଠାଇôତଲେ । ଠିକ୍ ଏହି ସମୟରେ ତା ଙ୍କ ମାଇକ୍କୁ ବନ୍ଦ କରି ଦିଆଯାଇଥିବା ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

କଂଗ୍ରେସ ପକ୍ଷରୁ ଏକ୍ସରେ ଗୋଟିଏ ଭିଡିଓ ଶେୟାର କରାଯାଇଛି। ଏଥିରେ ରାହୁଲ ଗାନ୍ଧି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସିଟରେ ଲାଗିଥିବା ମାଇକ୍ରୋଫୋନ ସଚଳ କରିବାକୁ କହୁଛନ୍ତି। ରାହୁଲ ନିଟ୍ ବିବାଦ ଉପରେ ବିତର୍କ ପାଇଁ ଦାବି କରିବା ସହ ସରକାର ବିବୃତି ରଖନ୍ତୁ ବୋଲି କହିଛନ୍ତି।

ଏହାର ଉତ୍ତରରେ ସ୍ପଷ୍ଟୀକରଣ ଦେଇ ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ସାଂସଦମାନଙ୍କ ମାଇକର ସୁଇଚ ଅଫ ସେ କରନ୍ତି ନାହିଁ କିମ୍ବା ତାଙ୍କ ଚେୟାର ପାଖରେ କୌଣସି ନିୟନ୍ତ୍ରଣ କରିବାର ସୁଇଚ ନାହିଁ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଆଲୋଚନା ହେବା ଦରକାର। ଏହାବାଦ ଆଉ କିଛି ରେକର୍ଡକୁ ଯିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *