ମେଡିକାଲରେ ପଶିଲା ପାଣି, ଅପରେସନ ହେଲା ବନ୍ଦ
1 min readଗୁରୁବାର ଠାରୁ ଦିଲ୍ଲୀ-ଏନସିଆରରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ରାଜଧାନୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କେବଳ ତଳିଆ ଅଞ୍ଚଳ ନୁହେଁ, ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡ଼ିକରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରାଜଧାନୀ ଜଳମଗ୍ନ ହୋଇଛି । ରାସ୍ତାଘାଟ ପାଣିରେ ଭରି ରହିଥିବାରୁ ଗାଡ଼ିଗୁଡ଼ିକ ଯାଇ ନପାରି ରାସ୍ତା ଜମ୍ ଭଳି ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ହସ୍ପିଟାଲ୍ ମଧ୍ୟ ପ୍ରଭାବିତ ହୋଇଛି ।
ସୂଚନା ଅନୁଯାୟୀ, ସୁରବାର ଲାଗାଁ ବର୍ଷା ଯୋଗୁଁ ଦିଲ୍ଲୀ AIIMS ରେ ପାଣି ପଶିଯାଇଛି | ତେବେ ଦିଲ୍ଲୀ AIIMSରେ ଅପରେସନ ମଧ୍ୟ ବନ୍ଦ କରାଯାଇଛି | ଅପରେସନ ଥିଏଟରରେ ପାଣି ପଶିଯିବାରୁ ହେବାକୁ ଥିବା ଅପରେସନ୍ ହୋଇପାରିନାହିଁ । ଦିଲ୍ଲୀ AIIMS ର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ନଅଟି ଅପରେସନ ଥିଏଟର ବନ୍ଦ ରହିଛି । ଅପରେସନ ଥିଏଟର ବନ୍ଦ ଥିବାରୁ ୧୨ରୁ ଅଧିକ ଅସ୍ତ୍ରୋପଚାର ହୋଇପାରିନାହିଁ ।
ଅପରେସନ ଥିଏଟରରେ ପାଣି ପଶିଯିବ ଯୋଗୁଁ ଗୁରୁତର ରୋଗୀମାନଙ୍କର ଆଜି ଅସ୍ତ୍ରୋପଚାର କରିବାକୁ ଥିବା ବେଳେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କୁହାଯାଉଛି ଯେ ଡାକ୍ତରଖାନାର ଷ୍ଟୋର ରୁମରେ ମଧ୍ୟ ବର୍ଷା ପାଣି ଭରି ରହିଛି | ଗୁରୁତର ରୋଗୀଙ୍କ ଅପରେସନ ନ ହେବା ଯୋଗୁଁ ରୋଗୀଙ୍କୁ ରାଜଧାନୀର ସଫଦରଜଙ୍ଗ ଏବଂ ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାକୁ ପଠାଯିବା ବ୍ୟବସ୍ଥା ହୋଇଛି ।