ଟ୍ରଫି ଲକ୍ଷ୍ୟରେ ଟିମ୍ ଇଣ୍ଡିଆ,ଚାଲିଛି ସବୁ ମନ୍ଦିରରେ ପୂଜାର୍ଚ୍ଚନା
1 min readସଫଳ ହେବ ଦୀର୍ଘ ୧୭ ବର୍ଷର ଅପେକ୍ଷା | ଫାଇନାଲ ଫାଇଟରେ ଭାରତ ଟ୍ରଫି ଜିତିବା ପାଇଁ ଏବେ ସବୁଠି ଚାଲିଛି ପୂଜାର୍ଚ୍ଚନା | ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା | ଟାଇଟଲ ଲକ୍ଷ୍ୟରେ ଉଭୟ ଟିମ | କିନ୍ତୁ ଭାରତୀୟଙ୍କ ମନରେ ଗୋଟିଏ ଲକ୍ଷ୍ୟ ଭାରତ ଟ୍ରଫି ହାତେଇବ | ସେଥିପାଇଁ ସବୁ ମନ୍ଦିରରେ ଏବେ ଖେଳାଳିଙ୍କ ଫଟୋ ରଖି କରାଯାଉଛି ପୂଜାର୍ଚ୍ଚନା |
୨୮ ଦିନ ଧରି ଲାଗି ରହିଥିବା ବିଶ୍ୱକପ ରୋମାଞ୍ଚ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ଟାଇଟଲ ଲଢେଇ ସହ ଶେଷ ହେବ ଟି-ଟ୍ୱେଣ୍ଟି ବିଶ୍ୱକପର ନବମ ସଂସ୍କରଣ | ଭାରତ ଫାଇନାଲରେ ପହଁଞ୍ଚିଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଶିଖର ଛୁଇଁଛି | ଦକ୍ଷିଣ ଆଫ୍ରିକା ପ୍ରଥମ କରି କୌଣସି ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି | ତେଣୁ ସମଗ୍ର ବିଶ୍ୱର ନଜର ଏବେ ଫାଇନାଲ ମୁକାବିଲା ଉପରେ ରହିଛି | ୧0 ବର୍ଷ ପରେ ଭାରତ ଟି-ଟ୍ୱେଣ୍ଟି ଫାଇନାଲ ଖେଳିବ |
ପୂର୍ବରୁ ୨0୧୪ରେ ଭାରତ ଫାଇନାଲ ଖେଲିଥଲା ଏବଂ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା | ଏଥର ଦକ୍ଷିଣ ଆଫ୍ରିକାକୁ ହରାଇଲେ ୧୭ ବର୍ଷର ଅପେକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ | ତେବେ ଆଜି ଫାଇନାଲରେ ଉଭୟ ଦଳ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବେ | ପୂର୍ବରୁ ୨0୧୪ ଟି-ଟ୍ୱେଟି ବିଶ୍ୱକପ ସେମି ଫାଇନାଲରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ | ଭାରତ ଉକ୍ତ ମ୍ୟାଚକୁ ୬ ଵିକେଟରେ ଜିତିଥିଲେ |
ଏଥର ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶତପ୍ରତିଶତ ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି | ଦକ୍ଷିଣ ଆଫ୍ରିକା କ୍ରମାନ୍ୱୟ ୮ଟି ମ୍ୟାଚ ଜିତିଥିବା ବେଳେ ଭାରତ ୭ଟି ମ୍ୟାଚ ଜିତିଛି \ ଆଉ ଏକ ମ୍ୟାଚ ବର୍ଷା ଯୋଗୁଁ ହୋଇଯାଇଥିଲା ବାତିଲ |