Pratidin TV

Odisha's Digital News Platform

ପ୍ରଣବ ବଳବନ୍ତରାୟଙ୍କ ହୋଟେଲରେ ରେଡ୍ , ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଟେଲକୁ ଆସୁଥିଲେ ବଡ ବଡ ହିରୋଇନ୍ ।

ପ୍ରଶାସନ ପକ୍ଷରୁ ଗତକାଲି ପ୍ରଣବ ବଳବନ୍ତରାୟଙ୍କ ହୋଟେଲ ବଲେ ବଲେ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ସକାଳୂ ରେଡ୍ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନୀ ମଣ୍ଡଳୀ ନେଉଳ ପୁର ରେ ଥିବା ଧର୍ମଶାଳା ଭବନ ପରିସରର ନିର୍ମାଣ ହୋଇଥିବା ବଲେ ବଲେ ହୋଟେଲ କୁ ନେଇ ଚର୍ଚ୍ଚା ଜୋର ଧରିଛି ।୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ଵ ନେଉଳ ପୁର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨୦୧୫ ମସିହା ରେ ଏହି ଭବନ ନିର୍ମାଣ କରାଯାଇ ଥିଲା । କିନ୍ତୁ ଧର୍ମଶାଳା ଭବନ ପରିସରରେ ବଲେ ବଲେ ନାମକ ଏକ ହୋଟେଲ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ବେଳେ ଏ ହୋଟେଲ ର ମାଲିକ ବିଧାୟକ ପ୍ରଭବ ବଳବନ୍ତ ରାୟ ବୋଲି ଜଣାପଡିଛି । ଗତ ୨୪ ତାରିଖ ଦିନ ଧର୍ମଶାଳା ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ବ୍ଲକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିବା ସମୟରେ ଏହି ହୋଟେଲ ବେଆଇନ ଭାବେ ନିର୍ମାଣ ହୋଇଥିବା ଜାଣିବା ପରେ ଏହାକୁ ତୁରନ୍ତ ସିଲ୍ କରିବାକୁ ବ୍ଲକ ପ୍ରଶାସନ କୁ କହିଥିଲେ ।

ଶୁକ୍ରବାର ବ୍ଲକ ପ୍ରଶାସନ ବଲେ ବଲେ ହୋଟେଲ ପହଁଚି ହୋଟେଲ ସମ୍ମୁଖ ରେ ନୋଟିସ ମାରିଛନ୍ତି । ଏହାପରେ ଆଜି ସକାଳୁ ରେଡ୍ ପରେ ଲଜ୍ ଖାଲି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସେହି ପରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହୋଟେଲକୁ ବଡ ବଡ ହିରୋଇନ୍ ତଥା ସେଲିବ୍ରେଟିମାନେ ଆସୁଥିଲେ । ତେବେ ଦୀର୍ଘ ଦିନ ଧରି ଧର୍ମଶାଳା ଭବନ ପରିସରରେ ଏହି ହୋଟେଲ ଚାଲିଥିବା ବେଳେ କାହିଁକି ପ୍ରଶାସନ ଦୃଷ୍ଟିରେ ପଡ଼ିନଥିଲା ତାହା ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *