Pratidin TV

Odisha's Digital News Platform

ପ୍ଲାଷ୍ଟିକ୍ ବଲ୍ ରେ ରୋହିତ୍ ଓ ଜସପ୍ରିତ୍ ଙ୍କୁ ଆଙ୍କିଦେଲେ ମନୋଜ୍ ।

1 min read

କଟକ ; ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଟି-୨୦ ବିଶ୍ୱକପ ହାତେଇବା ପାଇଁ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣଆଫ୍ରିକା । ତେବେ ବାରବାଡସ୍ ଷ୍ଟାଡିୟମ୍ ରେ ଖେଳାଯିବ ଏହି ଫାଇନାଲ ମ୍ୟାଚ । ଦୀର୍ଘ ଦଶ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ନିଜର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି ।

ଏହାରି ଭିତରେ ପ୍ରତିଥର ଭଳି ଏକ ନିଆରା ଚିତ୍ରକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି କଟକ ର ଚିତ୍ରଶିଳ୍ପୀ ମନୋଜ୍ । ଏକ ପ୍ଲାଷ୍ଟିକ ବଲ୍ ରେ ସେ ହିଟ୍ ମ୍ୟାନ ରୋହିତ ଶର୍ମା ଓ ଘାତକ ବୋଲର ଜସପ୍ରିତ୍ ବୁମରାଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି ।

କେବଳ ସେତିକି ନୁହେଁ ବୁମରାଙ୍କ ଚିତ୍ରରେ ରହିଚି ଏକ ବିଶ୍ୱକପ ର ସ୍ୟାଡୋ ଯାହା ବେଶ୍ ଆକର୍ଷଣ ଲାଗୁଛି । ତେବେ ଏହି ଚିତ୍ରକଳା କରିବାକୁ ପାଖାପାଖି ଦେଢ଼ ରୁ ଦୁଇ ଘଣ୍ଟାର ସମୟ ଲାଗିଥିଲା ବୋଲି କହିଛନ୍ତି ଚିତ୍ରଶିଳ୍ପୀ ମନୋଜ୍ କୁମାର ସାହୁ ।

Leave a Reply

Your email address will not be published. Required fields are marked *