Pratidin TV

Odisha's Digital News Platform

ଭୁଲ ପାର୍ଶ୍ୱରେ ଗାଡି ଚଳାଇବାରୁ ୨ କାର ସମ୍ନାସାମ୍ନି ହେଲା ଧକ୍କା, ଚାଲିଗଲା ୭ ଜଣଙ୍କ ଜୀବନ

1 min read

ଭୁଲ ପାର୍ଶ୍ବରେ ଆସୁଥିବା ବେଳେ ୨କାର୍ ମଧ୍ୟରେ ହେଲା ଦୁର୍ଘଟଣା। ଚାଲିଗଲା ୭ଜଣକର ଜୀବନ। ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଦୁଇ କାର୍‌। ୭ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧0 ଜଣରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି | ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୁମ୍ବାଇ-ନାଗପୁର ସମୃଦ୍ଧ ଜାତୀୟ ରାଜପଥରେ |

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧ ଜାତୀୟ ରାଜପଥର କନାବଞ୍ଚି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଏର୍ଟିଗା କାର ନାଗପୁରରୁ ମୁମ୍ବାଇ ଯାଉଥିବାବେଳେ ଭୁଲ ପାର୍ଶ୍ୱରୁ ଆସୁଥିବା ଏକ ସ୍ୱିଫ୍ଟ ଡିଜାଇର କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ କାର୍ରେ ବସିଥିବା ଯାତ୍ରୀମାନେ ବହାରକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା |

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ସରକାରୀ ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ୧୦ ଜଣ ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କୁ ଆହତ ଛତ୍ରପତି ସାମ୍ବାଜୀନଗର ସ୍ଥାନାନ୍ତର କରାଯାଇଛି। ସେପଟେ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ କାର୍‌କୁ କ୍ରେନ୍‌ ସହାୟତାରେ ହଟାଇଛି ପୁଲିସ।

Leave a Reply

Your email address will not be published. Required fields are marked *