Pratidin TV

Odisha's Digital News Platform

ବିବାଦରେ ଚର୍ଚ୍ଚିତ ଗାୟକ : ୧୨ ବର୍ଷିୟ ଝିଅ ସହ ରୋମାନ୍ସ ପରେ ଟ୍ରୋଲ ହେଲେ ମିକା ସିଂ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଖୁବ୍ ଚର୍ଚ୍ଚିତ ନାଁ ମିକା ସିଂ । ତାଙ୍କୁ ବା କିଏ ନ ଜାଣେ । ନିଜ ଧୁମ୍ ଧଡ୍‌କା ଗୀତକୁ ନେଇ ସବୁବେଳେ ବେଶ୍ ଚର୍ଚ୍ଚାରେ ରୁହଁନ୍ତି ମିକା । କିନ୍ତୁ ନିକଟରେ ଜଣେ ୧୨ ବର୍ଷିୟ ଝିଅ ସହ ରୋମାନ୍ସ କରି ଅଡୁଆରେ ପାଦ ଥାପି ଦେଇଛନ୍ତି ସେ । ଏନେଇ ତାଙ୍କୁ ଚାରିଆଡୁ ସମାଲୋଚନା ସହ ପ୍ରଶଂସକମାନଙ୍କ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଛି ।

ସୋଶିଆଲ ମିଡିଆ ସେନ୍ସେସନ୍ ରିବା ଅରୋରା। ନିଜଠାରୁ ବୟସରେ ବଡ଼ ତାରକାମାନଙ୍କ ସହ ରିବାଙ୍କ ଡ୍ୟାନ୍ସ ରିଲ୍ସ ସବୁ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। କରଣ କୁନ୍ଦ୍ରା ଓ ମିକ୍କା ସିଂହଙ୍କ ପରି ତାରକାଙ୍କ ସହ ରିବାଙ୍କ ରିଲ୍ସ ବି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।

Advertisement

ଏବେ ରିବାଙ୍କୁ ମାତ୍ର ୧୨ ବର୍ଷ । କିନ୍ତୁ ସେ ୪୫ ବର୍ଷିୟ ମିକ୍କା ସିଂ ସହ ରୋମାନ୍‌ସ କରୁଥିବା ଏକ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କ ସାମ୍ନାକୁ ଆସିଛି ।ଯାହପରଠୁ ମିକାଙ୍କ ସହ ୧୨ ବର୍ଷିୟ ରିବାଙ୍କ ବାପା ମାଁଙ୍କୁ ମଧ୍ୟ ଖୁବ୍ ସମାଲୋଚନା କରିଛନ୍ତି ଦର୍ଶକ ।
ନିଜ ଝିଅ ବୟସର ଏତେ ଛୋଟ ଝିଅ ସହ ଏପରି ନାଚୁଥିବାରୁ ମିକା ଏବେ ବଡ ବିବାଦରେ ପାଦ ଦେଇଛନ୍ତି ବୋଲି କହିଲେ ଚଳେ । କାରଣ ଏହି ଭିଡିଓର ଭାଇରାଲ ହେବା ପରେ ଲୋକମାନେ ମିକ୍କା ଏବଂ ତାଙ୍କ ଗୀତକୁ ନାପସନ୍ଦ କରିଛନ୍ତି । ତେବେ ଏହି ବିବାଦଟି ଆଗକୁ ଏକ ଝଡର ରୂପରେ ଦେଖାଦେଇପାରେ ବୋଲି ଅନୁମାନ କରାଯାଉଛି । ଯାହା ମିକ୍କାଙ୍କ କ୍ୟାରିୟର ପାଇଁ ଆଦୈା ଭଲନୁହେଁ ।

https://www.instagram.com/reel/Ch6DWOyoByO/?utm_source=ig_web_copy_link

Leave a Reply

Your email address will not be published. Required fields are marked *