Pratidin TV

Odisha's Digital News Platform

ଆଜିଠୁ ଆରମ୍ଭ ନୂଆ ଅପରାଧିକ ଆଇନ, ଦିଲ୍ଲୀରେ ପ୍ରଥମ ମାମଲା ରୁଜୁ

1 min read

ଦେଶର ନ୍ୟାୟିକ ଓ ଦଣ୍ଡବିଧାନ କ୍ଷେତ୍ରରେ ନୂଆ ଅଧ୍ଯାୟ । ହଟିଲା ବ୍ରିଟିଶ ଅମଳର ଆଇନ । ଆଜିଠୁ ଦେଶରେ ଲାଗୁ ହେଉଛି ତିନୋଟି ନୂତନ ଆଇନ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଆଜିଠୁ ଲାଗୁ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ । କେବଳ ନାଁ ପରିବର୍ତ୍ତନ ନୁହେଁ ଭାରତୀୟ ଦଣ୍ଡ ବିଧି ଆଇନରେ ଆସିବ ବ୍ୟାପକ ସଂସ୍କାର । ଏହି ନୂଆ ଆଇନ ଲାଗୁ ହେବା ପରେ ଦେଶର ପ୍ରଥମ ଏତଲା ମଧ୍ୟ ଦାଏର ହୋଇସାରିଛି । ରାଜଧାନୀ ଦିଲ୍ଲୀରେ ହୋଇଛି ପ୍ରଥମ ମାମଲା ରୁଜୁ |

ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରି ଅଭିଯୋଗରେ ଫୁତପାତ୍ ବେପାରୀଙ୍କ ନାଁରେ ଧାରା ୨୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦିଲ୍ଲୀର କମଲା ମାର୍କେଟ ସ୍ଥିତ ପୋଲିସ ଷ୍ଟେସନରେ
ଭାରତର ନୂଆ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ ହୋଇଛି |

Advertisement

ତେବେ ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି |

ନୂଆ ଆଇନରେ ଏକ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌, ପୁଲିସ ଅଭିଯୋଗର ଅନଲାଇନ ପଞ୍ଜୀକରଣ, ଏସ୍‌ଏମ୍‌ଏସ୍‌ ଭଳି ବୈଦ୍ୟୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ୟ ଅପରାଧ ପାଇଁ ଆପରାଧିକ ଦୃଶ୍ୟର ବାଧ୍ୟତାମୂଳକ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ।

Leave a Reply

Your email address will not be published. Required fields are marked *