Pratidin TV

Odisha's Digital News Platform

ଖାଉଟିଙ୍କୁ ଖୁସି ଖବର ; କମିଲା ଗ୍ୟାସ୍ ଦର , ଜାଣନ୍ତୁ କେଉଁଠି କେତେ ?

1 min read

ଖାଉଟିଙ୍କୁ ଖୁସି ଖବର । ଶସ୍ତା ହେଲା ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି ।

ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ। ସେହିପରି କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ସିଲିଣ୍ଡର ୧୬୨୯ ଟଙ୍କାରୁ ୩୧ ଟଙ୍କା ହ୍ରାସ ପାଇ ୧୫୯୮ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୮୦୯.୫୦ ଟଙ୍କା ରହିଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ବରରେ ୮୨୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ୮୦୩ ଟଙ୍କା ରହିଛି, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି । ୧ ଜୁନ୍ ୨୦୨୩ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା। 

Leave a Reply

Your email address will not be published. Required fields are marked *