Pratidin TV

Odisha's Digital News Platform

ଆଜି ଭେଟାଭେଟି ହେବେ ବହୁ ଚର୍ଚ୍ଚିତ କପୁଲ ଅର୍ଚ୍ଚନା-ଜଗବନ୍ଧୁ

1 min read

ଭୁବନେଶ୍ୱର : ଆଜି ଜେଲରେ ଭେଟାଭେଟି ହେବେ ଚାନ୍ଦ୍ ପତୀପତ୍ନୀ । ରାଜ୍ୟବ୍ୟାପି ବହୁ ଚର୍ଚ୍ଚିତ କଳାହାଣ୍ଡିରୁ-କ୍ୟାପିଟାଲ ଲମ୍ବିଥିବା ସେକ୍ସ ସ୍କ୍ୟାଣ୍ଡେଲର ମାଷ୍ଟର ମାଇଣ୍ଡ ପତୀପତ୍ନୀଙ୍କୁ ଗିରଫ୍ କରିଥିଲା ପୋଲିସ । ଦୁହେଁ ଭୁବନେଶ୍ୱରର ଝାରପଡା ଜେଲରେ ଥିବା ଜଣାପଡିଛି ।

ତେବେ ଜେଲ୍ କତ୍ତୃପକ୍ଷଙ୍କ ସୂଚନାଅନୁଯାୟୀ , ଯଦି ଗୋଟିଏ ଜେଲରେ ପତି-ପତ୍ନୀ ବା ପରିବାରର ଏକାଧିକ ଲୋକ ରହୁଥାନ୍ତି । ତେବେ ସେମାନେ ପରସ୍ପରକୁ ଭେଟିବା ପାଇଁ ଜେଲ୍ ଅଧୀକ୍ଷକଙ୍କୁ ନିବେଦନ କରିପାରିବେ । କତ୍ତୃପକ୍ଷ ସେମାନଙ୍କ ମଧ୍ୟରେ ପ୍ରକୃତରେ ପାରିବାରିକ ସମ୍ପର୍କ ଅଛି କି ନାହିଁ , ତାହା ଯାଞ୍ଚ କରିବା ପରେ ଅନୁମତି ଦେଇପାରିବେ । କତ୍ତୃପକ୍ଷଙ୍କ ଅନୁମୋଦନ ପରେ ପ୍ରତି ରବିବାର ସେମାନେ ମାତ୍ର ୧୫ ମିନିଟ୍ ପାଇଁ ପରସ୍ପରକୁ ଏକ ସ୍ୱତନ୍ତ୍ର କୋଠରୀରେ ଦେଖାସାକ୍ଷାତ କରିପାରିବେ । କିନ୍ତୁ ସାକ୍ଷାତ ସମୟରେ ଉଭୟଙ୍କ ମଝିରେ ଏକ କାଚର କବାଟ ରହିବ । କାଚର ଉଭୟ ପାଶ୍ୱରେ ୨ଟି ମାଇକ ରହିବ । ଉକ୍ତ ମାଇକ ସହାୟତାରେ ପରସ୍ପର କଥାବାର୍ତ୍ତା ହୋଇପାରିବେ । ଏହି ସମୟରେ ଉଭୟଙ୍କ ପାଖରେ ଜଣେ ଲେଖାଏଁ କର୍ମଚାରୀ ଉପସ୍ଥିତ ରହିବେ । ଏହିଭଳି ଭାବେ ଆଜି ଜଗବନ୍ଧୁ , ଅର୍ଚ୍ଚନାଙ୍କୁ ଭେଟିବେ ବୋଲିକତ୍ତୃପକ୍ଷ ସୂଚନା ଦେଇଛି ।

Advertisement

ତେବେ ୧୫ ମିନିଟ୍‌ରେ କଣ କଥା ହେବେ ଆଜି ଦୁହେଁ । ଜେଲରୁ ମୁକୁଳିବା , ନାଁ ଆଉ କାହାକୁ ଫସାଇବା ! ନାଁ ନେତାମନ୍ତ୍ରୀଙ୍କ ପୋଲ ଖୋଲିବା ! କଣ କଥାହେବେଏହି ମାଷ୍ଟର ମାଇଣ୍ଡ କପୁଲ? ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *