Pratidin TV

Odisha's Digital News Platform

କ’ଣ ଗୁପ୍ଚୁପ ଖାଉଛନ୍ତି କି ତାହାଲେ ହୋଇଯାନ୍ତୁ ସାବଧାନ……ହୋଇପାରେ କ୍ୟାନସର

1 min read

ସମସ୍ତଙ୍କ ପ୍ରିୟ ଗୁପ୍ଚୁପ | ଗୁପ୍ଚୁପ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ | କିନ୍ତୁ ଗୁପ୍ଚୁପ ଖାଇଲେ ହେଉଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା | ଗୁପ୍ଚୁପରେ ହେଉଛି କ୍ୟାନସର | କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ଏନେଇ ଏକ ବଡ଼ ଖୁଲାସା କରିଛି। ପରୀକ୍ଷା କରାଯାଇଥିବା ୨୬୦ଟି ନମୂନାର ପ୍ରାୟ ୨୨% ଗୁଣାତ୍ମକ ମାନ ପୂରଣ କରୁନାହିଁ। ପ୍ରାୟ ୪୪ଟି ନମୁନାରେ କୃତ୍ରିମ ରଙ୍ଗ ଏବଂ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ରହିଥିଲା । ସେହିପରି FSSAI ୧୮ଟି ନମୁନା ଖାଦ୍ୟୋପଯୋଗୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି |

ସୂଚନା ଅନୁଯାୟୀ, କର୍ଣ୍ଣାଟକରେ ଖରାପମାନର ଗୁପଚୁପ୍‌ ବିକ୍ରି ହେଉଥିବା ନେଇ ହୋଇଥିଲା ଅଭିଯୋଗ | ବହୁ ସବୁ ଗୁପ୍ଚୁପ ଦୋକାନରେ ହୋଇଥିଲା ଚଢ଼ାଉ | ରସାତ କଡ଼ରୁ ଆରମ୍ଭ କରି ରେଷ୍ଟୁରାଣ୍ଟର ଆଉଟଲେଟରୁ ନମୁନା ସଂଗ୍ରହ କରାଯାଇ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା | ଖାଦ୍ୟ ସୁରକ୍ଷା କମିଶନର ଶ୍ରୀନିବାସ କେ ଏନେଇ ସୂଚନା ଦେଇ କହିଛନ୍ତି, ଏହା ଅନ୍ୟତମ ଚାଟ୍ ଆଇଟମ୍ ହୋଇଥିବାରୁ ଏହାର ପ୍ରସ୍ତୁତିରେ ଗୁଣାତ୍ମକ ସମସ୍ୟା ଥିବା ଅଭିଯୋଗ ମିଳିଥିଲା।

Advertisement

ତେବେ ପରୀକ୍ଷଣରୁ ଜାଣିବାକୁ ମିଳିଥିଲା ଯେ, ଏଥିରେ ରାସାୟନିକ ପଦାର୍ଥ ଏବଂ କୃତ୍ରିମ ରଙ୍ଗ ଏଲିମେଣ୍ଟ ଯଥା ବ୍ରିଲିୟାଣ୍ଟ ବ୍ଲୁ, ସନ୍‌ସେଟ୍ ୟେଲୋ ଓ ଟାଟ୍ରାଜାଇନ୍ ବ୍ୟବହାର କରାଯାଇଥିଲା। ଏଥିରେ ବ୍ୟବହାର ହେଉଥିବା ରଙ୍ଗରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଛି ବୋଲି ଏଚସିଜି କ୍ୟାନସର ସେଣ୍ଟର ଡିନ୍-ସେଣ୍ଟର ଫର ଏକାଡେମିକ୍ ରିସର୍ଚ୍ଚ ଡଃ ବିଶାଲ ରାଓ କହିଛନ୍ତି | ସେ ଆହୁରି କହିଛନ୍ତି, ଏହି କୃତ୍ରିମ ରଙ୍ଗ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇପାରେ। ପେଟ ସମସ୍ୟାରୁ ଆରମ୍ଭ କରି ହୃଦ୍‌ରୋଗ ପର୍ଯ୍ୟନ୍ତ ଅନେକ ସମସ୍ୟା ସୃଷ୍ଟି କରିପାରେ।ଏହି ରଙ୍ଗଗୁଡିକ ମଧ୍ୟରୁ କେତେକ ଅଟୋଇମ୍ୟୁନ ରୋଗ ସୃଷ୍ଟି କରିବା ସହ କିଡନୀ ନଷ୍ଟ କରିପାରେ ।

ତେବେ ନିକଟରେ FSSAI, କର୍ଣ୍ଣାଟକ ସମାନ ରିପୋର୍ଟ ପରେ କେବା, କୋବି ମଞ୍ଚୁରିଆନ୍ ଏବଂ କଟନ୍‌କ୍ୟାଣ୍ଡିରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା।

Leave a Reply

Your email address will not be published. Required fields are marked *