Pratidin TV

Odisha's Digital News Platform

ବିଜୟ ମାଲ୍ୟାଙ୍କ ବଢ଼ିଲା ଅଡୁଆ….ଏନ୍‌ବିଡବ୍ଲୁ ହେଲା ଜାରି

1 min read

ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ଜାମିନବିହୀନ ୱାରେଣ୍ଟ ବିଜୟ ମାଲ୍ୟାଙ୍କ ବିରୋଧରେ ଭାରତୀୟ ଓଭରସିଜ ବ୍ୟାଙ୍କ ସହ ଜଡିତ ୧୮୦ କୋଟି ଟଙ୍କା ଋଣ ପରିଶୋଧ ନ କରିବା ମାମଲା ସହିତ ଜଡିତ ଅଛି। ଏହି ମାମଲାରେ ଏହି ଏନ୍‌ବିଡବ୍ଲୁ ଜାରି କରିଛି।

ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ମାଲ୍ୟାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର (ଜୁଲାଇ ୧) କୋର୍ଟଙ୍କ ଆଦେଶର କପି ବାହାରକୁ ଆସିଛି। ସିବିଆଇର ଯୁକ୍ତି ଶୁଣିବା ପରେ ଏବଂ ବିଜୟ ମାଲ୍ୟାଙ୍କ ପଳାତକ ସ୍ଥିତି ଆଧାରରେ କୋର୍ଟ କହିଛନ୍ତି,ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଏହି ମାମଲା ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ, ତେଣୁ କୋର୍ଟରେ ତାଙ୍କର ଉପସ୍ଥିତି ନିଶ୍ଚିତ ହୋଇପାରିବ। ସିବିଆଇ କୋର୍ଟ ଶୁଣାଣି ସମୟରେ କହିଛି, ତଦନ୍ତରୁ ଜଣାପଡିଛି ଯେ ଦେବାଳିଆ ଏୟାରଲାଇନ୍ସ କିଙ୍ଗଫିସର ପ୍ରମୋଟର ବିଜୟ ମାଲ୍ୟା ଜାଣିଶୁଣି ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୮୦ କୋଟି ଟଙ୍କା ଋଣ ପରିଶୋଧ କରିନାହାଁନ୍ତି। ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଛି। ବର୍ତ୍ତମାନ ସେ ଲଣ୍ଡନରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ ବ୍ରିଟିଶ ସରକାରଙ୍କଠାରୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।

Advertisement

ତେବେ ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *