ପାଦ ଧରି କାନ୍ଦି କାନ୍ଦି ଗୁହାରି କରୁଥିଲେ ମହିଳା , ହେଲେ ଚାପୁଡା ମାରିଲେ ମନ୍ତ୍ରୀ ( video)
1 min readନୂଆଦିଲ୍ଲୀ : ହାତ ଯୋଡି ପାଦ ତଳେ ପଡି ଗୁହାରି କରୁଥିଲେ ମହିଳା , ହେଲେ ଲୋକମାନଙ୍କ ଭିଡରେ ହଠାତ୍ ରାଗିଯାଇଥିଲେ ମନ୍ତ୍ରୀ । ଆଉ ଦେଖାଇଥିଲେ ନିଜ ଦାଦାଗିରୀ , ଭରା ସଭାରେ ଚାପୁଡା ମାରିଥିଲେ ମହିଳାଙ୍କୁ । ନିକଟରେ ଏଭଳି କିଛି ଘୂଣ୍ୟ , ଅମାନୁଷିକ ଦୃଶ୍ୟ ଖୁବ୍ ଜୋରରେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ ଗତକାଲି ଅର୍ଥାତ୍ ଶନିବାର ଦିନ ରାମରାଜ ନଗର ଜିଲ୍ଲାର ହଙ୍ଗଲା ଗ୍ରାମରେ ଏଭଳି ଏକ ଘଟଣା ଘଟିଥିଲା । ଉକ୍ତ ଗ୍ରାମର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଭି.ସୋମନ୍ନା । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସେ ପାଖାପାଖି ୨୦୦ ଗାଁ ଲୋକଙ୍କୁ ଜମି ମାଲିକାନା ବାଣ୍ଟିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ୧୭୫ ଜଣଙ୍କୁ ଜମି ମାଲିକାନା କାଗଜପତ୍ର ବାଣ୍ଟିଥିଲେ । କିନ୍ତୁ ଏହାରି ଭିତରେ ଜଣେ ମହିଳାଙ୍କୁ ଜମି ମାଲିକାନା ମିଳିନଥିବା ନେଇ ବିରୋଧ କରିଥିଲେ । ଏହାପରେ ମହିଳାଜଣଙ୍କ ମନ୍ତ୍ରୀଙ୍କ ନିକଟକୁ ଆସି କାନ୍ଦି କାନ୍ଦି ହାତ ଯୋଡି ଗୁହାରି କରିଥିଲେ ।
କିନ୍ତୁ ଏହି ସମୟରେ ମନ୍ତ୍ରୀ ଜଣଙ୍କ ତାଙ୍କୁ ଚାପୁଡା ମାରିଥିଲେ । ଏହାସତ୍ତ୍ୱେ ମଧ୍ୟ ମହିଳାଜଣଙ୍କ ମନ୍ତ୍ରୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ । ଏହି ଘଟଣାଟି ସୋସିଆଲ ମିଡିଆରେ ନିଆଁ ଭଳି ଖେଳାଇହୋଇଯିବା ପରେ ମନ୍ତ୍ରୀ ଜଣ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିଥିବା କଥା ଶୁଣିବାକୁ ମିଳିଛି ।