Pratidin TV

Odisha's Digital News Platform

ଅନନ୍ତ- ରାଧିକାଙ୍କ ବିବାହ ଉପହାରରେ କାଶ୍ମୀର ପ୍ରସିଦ୍ଧ ପଶ୍ମିନା ଶଲ୍‌… ଜାଣନ୍ତି କି ଦାମ କେତେ…

1 min read

ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଖୁବଶୀଘ୍ର ହେବାକୁ ଯାଉଛି | ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ପାଇଁ ଚାଲିଛି ପ୍ରସ୍ତୁତି। ଜୁଲାଇ ୧୨ରେ ଏହି ଦାମୀ ବାହାଘର ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ତ୍ତମାନ ଚାଲିଛି କାର୍ଡ ବଣ୍ଟା । ଯାହାକୁ ଦେଖିଲେ ଏକ ପ୍ରକାର ଆଖି ଲାଖି ଯାଉଛି | ତେବେ କାର୍ଡରେ ସୁନା ରୁପା ଖଞ୍ଜା ହେବା ସହ କାର୍ଡ ସହ ଉପହାରରେ ଏକ ପଶ୍ମିନା ଶଲ୍‌ ଦିଆଯାଉଛି | ତାହା ହେଉଛି କାଶ୍ମିରର ଦୋରୂଖା ପଶ୍ମିନା ଶଲ୍‌ |

ତେବେ ଏହି ପଶ୍ମିନା ଶଲ୍‌ ରେ ଗୋଟିଏ ପାର୍ଶ୍ୱରେ ନୀଳ ରଙ୍ଗ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱରେ ବାଇଗଣୀ ରଙ୍ଗ ଏବଂ ତା ଉପରେ ସୁନ୍ଦର ହାତ ତିଆରି ଏମ୍ବ୍ରୟଡରି କାର୍ଯ୍ୟ ହୋଇଛି | ତେବେ ଏହି ଦୋରୂଖା ପଶ୍ମିନା ଶଲ୍‌ ଦେଖିବାକୁ ଯେତେ ସୁନ୍ଦର ତାହାରକୁ ତିଆରି କରିବା ଅଧିକ ସମୟ ଲାଗିଥାଏ | ଦୋରୂଖା ପଶ୍ମିନା ଶଲ୍‌କୁ କରିଥିବା ଶ୍ରୀନଗରର ଗୁଲାମ ମହମ୍ମଦ ବେଗ କହିଛନ୍ତି, ଏହା ନିଜ ଏମ୍ବ୍ରୟଡରି ପାଇଁ ପ୍ରସିଦ୍ଧ | ଏଥିରେ ପ୍ରତି ବରଂ ସେମିରେ ୫00ଟି ଷ୍ଟିଚ ହୋଇଥାଏ | ଏହାର ଷ୍ଟଚ ଏପରି ଭାବରେ କରାଯାଇଥାଏଅ ଯାହାର ଡିଜାଇନ ୨ ପାଖରେ ଦେଖାଯିବ | ବେଳେବେଳେ ମାଷ୍ଟରପିସ ପଶ୍ମିନା ଶଲ୍‌ ଅର୍ଡର ପ୍ରସ୍ତୁତ କରିବା ପାଇଁ ଅଢେଇ ବର୍ଷ ଲାଗିଯାଇଥାଏ | ଏହି ପଶ୍ମିନା ଶଲ୍‌ର ଦାମ ଏମ୍ବ୍ରୟଡରି କାର୍ଯ୍ୟ ଉପରେ ଧାର୍ଯ୍ୟ କରାଯାଇଥାଏ | ହାଲୁକା ଏମ୍ବ୍ରୟଡରି ଶଲ୍‌ରେ ୧0-୧୨ ହଜାର ଟଙ୍କା ଖର୍ଚ୍ଚ ପଡୁଥିବା ବେଳେ ଅଧିକ ଏମ୍ବ୍ରୟଡରି ଯୁକ୍ତ ଶଲ୍‌ରେ ଆହୁରି ମହଙ୍ଗା ପଡିଥାଏ |

ସୂଚନା ଅନୁସାରେ ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ବାହାରଘରରେ ଦାମିକିଆ କାର୍ଡ | ଯେଉଁ କାର୍ଡକୁ ଖୋଳୁ ଖୋଳୁ ବାଜୁଛି ରାଧାକୃଷ୍ଣଙ୍କର ଗୀତ ଏବଂ ଖଞ୍ଜା ହୋଇଛି ସୁନାରୂପାର ମୂର୍ତ୍ତି | କାର୍ଡର ପ୍ରତ୍ୟକଟି କୋଣାନୁକୋଣରେ କେବଳ ଦେବାଦେବୀଙ୍କ ଚିତ୍ର | କାର୍ଡରେ ରାଧାକୃଷ୍ଣ, ଗଣେଶ, ମା ଦୁର୍ଗା, ମତ ପାର୍ବତୀଙ୍କ ରହିଛି ଫଟୋ | କେବଳ ସେତିକି ନୁହେଁ ପ୍ରତ୍ୟକଟି ଅତିଥିମାନଙ୍କୁ କାଶ୍ମୀରରୁ ଆସିଥିବା ହାତ ତିଆରି ଏକ ସୁନ୍ଦର ସଲ ମଧ୍ୟ ଦିଆଯାଇଛି |

Leave a Reply

Your email address will not be published. Required fields are marked *