Pratidin TV

Odisha's Digital News Platform

ମୁଁ ଅବସର ନେଇନି, ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରି ସ୍ପଷ୍ଟ କଲେ ଡେଭିଡ୍ ମିଲର

1 min read

ଅନ୍ତର୍ଜାତୀୟ କ୍ରିକେଟରୁ ଡେଭିଡ ମିଲରଙ୍କ ଅବସର ଘୋଷଣା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତ କ୍ରିକେଟପ୍ରେମୀମାନେ ଡେଭିଡ ମିଲରଙ୍କ ଅବସରକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ସେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚକୁ ଡରି ସନ୍ୟାସ ଘୋଷଣା କରିଥିବା ନେଇ କିଛି ୟୁଜର୍ସ ପୋଷ୍ଟ କରିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଥିଲା । ବାସ୍ତବରେ କିନ୍ତୁ ମିଲର କୌଣସି ଅବସର ଘୋଷଣା କରିନାହାନ୍ତି ।

କୌଣସି ଅଫିସିଆଲ ଭାବରେ ସେ ଅବସର ଘୋଷଣା କରିନାହାନ୍ତି । ଏନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା | ୟୁଜର୍ସ ଏଭଳି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ନିଜେ ଡେଭିଡ ମିଲାର |ଡେଭିଡ ମିଲର ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସ୍ପଷ୍ଠ କରିଛନ୍ତି । ସେ ଲେଖୁଛନ୍ତି କି, ମୁଁ ଅବସର ନେଇନି । ଟି-୨୦ରେ ଖେଳ ଜାରି ରଖୁଛି । ଆଗକୁ କିଛି ଭଲ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇ ଚାମ୍ପିୟନ ହୋଇଛି । ଏହି ଟ୍ରଫି ଜିତିବା ପରେ ଭାରତର ଦକ୍ଷ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ସହଜରେ କ୍ରିକେଟ ପ୍ରେମୀମାନେ ବିଶ୍ବାସ କରିପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *