Pratidin TV

Odisha's Digital News Platform

ବିସିସିଆଇର ସ୍ୱତନ୍ତ୍ର ବ୍ୟବସ୍ଥା, ଆଜି ଭାରତରେ ପହଞ୍ଚିବେ ବିଶ୍ୱବିଜୟୀ ଟିମ୍‌ 

1 min read

ବାର୍ବାଡସରେ ବାତ୍ୟା ଓ ଘୁର୍ଣ୍ଣିଝଡ଼ ମଧ୍ୟରେ ଫସିରହିଛନ୍ତି ଭାରତୀୟ ଟିମ | ଯାହାଙ୍କୁ ଆଜି ଭାରତ ଫେରି ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇଛି BCCI | ଝଡ଼ ତୋଫାନ ଯୋଗୁଁ BCCI ଷ୍ଟାଫ ଓ କିଛି ଖେଳାଳିଙ୍କ ପରିବାର ସେଠାରେ ଫସିରହିଛନ୍ତି | ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ BCCI ସ୍ୱତନ୍ତ୍ର ବିମାନ ପଠାଇଥିବା ବେଳେ ଏବେ ଚିନ୍ତା ବାଢ଼ିଦେଇଛି ଅନୁଷ୍କାଙ୍କର | କାରଣ ବିରାଟ ମଧ୍ୟ ସେଠାରେ ଥିବା ସମୟରେ ବିରାଟ ଭିଡ଼ିଓ କଲ ମାଧ୍ୟମରେ ସେଠାକାର ଘୁର୍ଣ୍ଣିଝଡ଼ ଓ ବାତ୍ୟା ସମ୍ପର୍କିତ ପ୍ରତ୍ୟକଟି ତଥ୍ୟ ଭିଡ଼ିଓ କଲ ମାଧ୍ୟମରେ ଦେଉଛନ୍ତି | ଯେଉଁ ସବୁ ଦୃଶ୍ୟକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ଅନୁଷ୍କା |

ମିଳିଥିବା ସୂଚନା ଅନୁଯାୟୀ, ପାଗ ଠିକ୍ ରହିଲେ ଭାରତୀୟ ସମୟ ଅନୁଯାୟୀ ଟିମ ଇଣ୍ଡିଆ ଏବଂ ସହଯୋଗୀ ଷ୍ଟାଫଙ୍କୁ ନେଇ ଉଡ଼ାଣ ଭରିବ ବିମାନ ଏବଂ ବୁଧବାର ସନ୍ଧ୍ୟା ସୁଦ୍ଧା ବିମାନ ଦିଲ୍ଲୀରେ ଅବରତଣ କରିବ। ଝଡ଼ତୋଫାନ ନେଇ ବାର୍ବାଡୋସରେ ଜାରି ହୋଇଥିବା ୪ ନମ୍ବର ବିପଦ ସଙ୍କେତ ହଟିବା ଖେଳାଳିଙ୍କ ଭାରତ ଫେରିବା ସୁନିଶ୍ଚିତ ହୋଇଥିବା କୁହାଯାଉଛି। ବିମାନ ଚଳାଚଳ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବାର୍ବାଡୋସ ପ୍ରଧାନମନ୍ତ୍ରୀ ମିଆ ମୋଟଲି।

Advertisement

ତେବେ ଦୀର୍ଘ ୧୩ ବର୍ଷ ପରେ ଭାରତୀୟ ଟିମ ଟି ଟ୍ୱେଣ୍ଟି ବିଶ୍ୱକପ ଜିତି ସ୍ୱଦଶ ଫେରିଛି | ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଛି | ଆଉ ଖେଳାଳୀଙ୍କୁ ସ୍ବାଗତ ପାଇ ବିସିସିଆଇଠୁ ଆରମ୍ଭ କରି ବିମାନବନ୍ଦର କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଛଡା ବିଭିନ୍ନ ରାଜ୍ୟରେ ଖେଳାଳୀଙ୍କୁ ପାଛୋଟି ନେବାକୁ ସ୍ବତନ୍ତ୍ର ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସେପଟେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ପରେ ରୋହିତ ଶର୍ମାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ରୋହିତ ପଡିଆରୁ ମାଟି ଆଣି ଖାଉଥିବାର ନଜରରେ ଆସିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ରହସ୍ୟରୁ ପରଦା ହଟାଇଛନ୍ତି ବିଶ୍ବକପ ବିଜୟୀ କ୍ୟାପଟେନ୍।

Leave a Reply

Your email address will not be published. Required fields are marked *