Pratidin TV

Odisha's Digital News Platform

ରିଲିଜ୍ ପୂର୍ବରୁ ମାନ୍ଦାରେ ରାମସେତୁ , ଆଡ୍‌ଭାନ୍ସ ବୁକିଂ ହେଉନାହିଁ ଟିକେଟ୍

1 min read

ନୂଆଦିଲ୍ଲୀ : ଫିଲ୍ମର ଟ୍ରିଜ୍‌ର ରିଲିଜ୍ ପରେ , ଏହା ବକ୍ସ ଅଫିସ୍‌ରେ ଖୁବ୍ ଧୁମାଲ କରିବ ବୋଲି ଅଶା କରାଯାଉଥିଲା । ବଲିଉଡ୍‌ର ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁର ରିଲିଜ୍ ଅକ୍ଟୋବର ୨୫ ରେ ହେବାକୁ ଯାଉଛି । କିନ୍ତୁ ଅକ୍ଷୟଙ୍କ ପୂର୍ବଫିଲ୍ମ ଗୁଡିକ ପରି ରାମସେତୁକୁ ନେଇ ଫ୍ୟନ୍ସ ମାନଙ୍କ କ୍ରେଜ୍ ସେତିକି ଜଣାପଡୁନାହିଁ । ତେବେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭାରୁଚା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଯେକୌଣସି ଚଳଚ୍ଚିତ୍ର ପାଇଁ ରିଲିଜ୍ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିୱାଲୀ ଏବଂ ଇଦ୍ରେ ଫିଲ୍ମ ରିଲିଜ୍ କରିବାକୁ ନିର୍ମାତାଙ୍କ ମଧ୍ୟରେ ଏକ ଟକ୍କର ଚାଲେ। ହେଲେ ଲାଗୁଛି ଯେ ଏହି ଫିଲ୍ମ ନିଜର ପସନ୍ଦିତ ରିଲିଜ୍ ତାରିଖ ପାଇବା ସତ୍ତ୍ଵେ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିପାରିବ ନାହିଁ ।

ଏକ ରିପୋର୍ଟ ଅନୁଯାୟୀ, ଜଣାପଡିଛି କି ଏପର‌୍ୟ୍ୟନ୍ତ ଫିଲ୍ମ ‘ରାମ ସେତୁ’ର ୧୧, ୦୦୦ ଟିକେଟ୍ ଆଗରୁ ବୁକ୍ ହୋଇସାରିଛି। ସେଥିମଧ୍ୟରୁ ଚଠଜ, ଆଇନକ୍ସ ଏବଂ ସିନେପୋଲିସରେ ୫,୨୦୦ ଟିକେଟ୍ ବୁକ୍ କରାଯାଇଛି। ଆଡଭାନ୍ସ ବୁକିଂ ପାଇଁ ଏହି ସଂଖ୍ୟା ଗାଙ୍ଗୁବାଇ କାଠିଆୱାଡି, ଜଗୁଜଗ୍ ଜିଓ, ଲାଲ ସିଂ ଚଢା,ଶ୍ୟାମଶେରା ଏବଂ ବିକ୍ରମ ବେଧା ଭଳି ଚଳଚ୍ଚିତ୍ର ଠାରୁ ବହୁତ କମ୍ ଅଟେ।

Advertisement

ବର୍ତ୍ତମାନ ଲୋକମାନେ ଆଲୋକର ପର୍ବ ଦୀପାବଳି ଏବଂ ଧନତେରସ୍‌କୁ ନେଇ ସପିଂ ଇତ୍ୟାଦିରେ ବ୍ୟାସ୍ତ ଥିବା ବେଳେ ଆଗୁଆ ଫିଲ୍ମ ଟିକେଟ୍ ବୁକିଂ କରିପାରୁନାହାନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ଯଦି ଟିକେଟ୍ ବୁକିଂର ଏଭଳି ଅବସ୍ଥା ରହିଲା ତେବେ ଫିଲ୍ମଟି ଆଗକୁ ପିକ୍ ଅପ୍ ନେଇପାରିବ ନାହିଂ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *