ଯୌତୁକ ପାଇଁ ୩ ମାସର ଗର୍ଭବତୀ ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ ।
1 min readଯୌତୁକ ଜୁଇରେ ପୁଣି ଜଣେ ନବବଧୂ।ଗୋଡରୁ ଅଳତା ନ ଲିଭୁଣୁ ଲିଭିଗଲା କବିତା ଙ୍କ ଜୀବନ ଦୀପ ।ଯୌତୁକ ପାଇଁ ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କବିତା ଥିଲେ ତିନି ମାସର ଗର୍ଭବତୀ।କବିତା ଙ୍କୁ ମାରିଦେଇଥିବା ଅଭିଯୋଗ କରି ବାସୁଦେବପୁର ଥାନା ରେ ଏତଲା। ପୋଲିସ କରୁଛି ଘଟଣା ର ଛାନ୍ ଭିନ୍।
ଯୌତୁକ ଲୋଭି ରାକ୍ଷସ ଯୌତୁକ ପାଇଁ ନିଜର ମଣିଷ ପଣିଆ ଭୁଲିଯାଉଛନ୍ତି। ଯୌତୁକ ଏଵେ ଯେମିତି ଗୋଟିଏ ସାମାଜିକ ବ୍ୟାଧି ହୋଇ ଯାଇଛି ।ଏପରି ଘଟଣା ବାରମ୍ବାର ଘଟିବା ଦ୍ବାରା ଝିଅ ଜନ୍ମ କରିବା ପାଇଁ ଲୋକ ମାନେ ଭୟ କଲେଣି।ନିଜର ଜନ୍ମିତ ଝିଅ କୁ ଛୋଟ ରୁ ବଡ କରି ପାଠ ପଢାଇ ଭଲ ଯାନି ଯୌତୁକ ଦେଇ ବାହାଘର କରି ମଧ୍ୟ ପରିବାର ଲୋକ ଶାନ୍ତି ରେ ଘରେ ଶୋଇ ପାରୁନାହାନ୍ତି । କିଛି ଯୌତୁକ ଲୋଭି ରାକ୍ଷସ ଙ୍କ ପାଇଁ ଆଜିର ସମାଜ କଳୁଷିତ ହେବାକୁ ବସିଲାଣି। କିଏ ଜାଣେ କେତେବେଳେ ଯେ ଏହି ପରି ଯୌତୁକ ଲୋଭି ରାକ୍ଷସ ମାନେ କାହାର ଜୀବନ ନେଇଯିବେ ତାର ସୂଚନା କାହା ପାଖରେ ନାହିଁ।
ଅଭିଯୋଗ କାରୀ ସନାତନ ରାଉତ ଙ୍କ ଅଭିଯୋଗ କ୍ରମେ ସେ ତାଙ୍କ ଝିଆରୀ କବିତା ଙ୍କୁ ଗତ ୧୯.୦୨.୨୦୨୪ ରିଖ ରେ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦାରୀ ନିବାସୀ ରତିକାନ୍ତ ଭୋଇ ଙ୍କ ସହିତ ବିବାହ କରାଇଥିଲେ। ବିବାହ ସମୟରେ କନ୍ୟା ପକ୍ଷରୁ ବର ପକ୍ଷ ଙ୍କୁ ବର ପକ୍ଷ ର ଦାବି ମୁତାବକ ଯୌତୁକ ଦେଇ ଥିଲେ । ମାତ୍ର ବାହାଘର ର ପନ୍ଦର ଦିନ ପରେ ରତିକାନ୍ତ ଙ୍କ ପରିବାର ତରଫରୁ ଆଉ ପଚାସ ହଜାର ଅଧିକ ଯୌତୁକ ଦାବି କରି କଵିତା ଙ୍କୁ ଅତ୍ୟାଚାର କରିବା ସହିତ ଜୀବନ ରୁ ମାରି ଦେବାକୁ ଧମକ ଦେଉଥିଲେ ।ବାପ ଘରୁ ତା ପରେ ବର ପକ୍ଷ ଓ କନିଆଁ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ମାତ୍ର ଆଜି ଆ ଗାଁ ର ପିଲା ବାସୁଦେବପୁର ମେଡିକାଲ ନିଜର କୈାଣସି ଏକ କାମରେ ଯାଇଥିବା ସମୟ ମେଡିକାଲ ରେ ମୋ ଝିଆରୀ ର ମୃତ ଦେହ ଦେଖି ଆମ ପରିବାର କୁ ଖବର ଦେଇଥିଲେ। ମାତ୍ର ଆମେ ତୁରନ୍ତ ଆସି ବାସୁଦେବପୁର ମେଡିକାଲରେ ପହଞ୍ଚି ଦେଖିଲା ବେଳକୁ ମୋ ଝିଆରୀ (କବିତା) ମରି ମେଡିକାଲ ରେ ଶୋଇଥିଲା। ଏମିତି କି ମୃତ କବିତା ଙ୍କ ପାଖରେ ତାଙ୍କ ସ୍ବାମୀ ଓ ପରିବାରର ଲୋକ କେହି ନଥିବା ରୁ ଆମ ପରିବାର ର ସନ୍ଦେହ ଆହୁରି ବଢି ଯାଇଥିଲା। ଅପରପକ୍ଷରେ କବିତା ଙ୍କ ର କେମିତି ମୃତ୍ୟୁ ହେଲା ଓ କାହିଁକି ହେଲା କବିତା ଙ୍କ ସ୍ବାମୀ ଓ ପରିବାରର ଲୋକ ଙ୍କ ପାଖରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ବାସୁଦେବପୁର ପୋଲିସ ଏହି ଘଟଣା କୁ ଗମ୍ଭୀରତା ସହିତ ନେଇ କବିତା ଙ୍କ ମୃତ୍ୟୁ କେମିତି ହେଲା ଆଉ କେଉଁ କାରଣରୁ ହେଲା ତାର ଉପଯୁକ୍ତ ତଦନ୍ତ କରି କବିତା ଙ୍କ ପରିବାର ଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି କବିତା ଙ୍କ ପରିବାର ଆସା ବାନ୍ଧି ବସିଛନ୍ତି।