Pratidin TV

Odisha's Digital News Platform

କେନ୍ଦୁଝରର କେନ୍ଦୁ ଖାଇ ପିଲା ଦିନର କଥା ମନେପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

1 min read

ଅଭିଯୋଗର ଲମ୍ବା ତାଲିକା ଭିତରେ କେନ୍ଦୁ ଖାଇ ନିଜ ପିଲା ଦିନ କଥା ମନେ ପକାଇଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ପାଖକୁ ଆସିଥିବା ଅତିଥିଙ୍କ ଠାରୁ ଏକ ସୁନ୍ଦର ଉପହାର ପାଇ ଖୁସି ହୋଇଗଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ପାଖରେ ପଇସା ନଥାଉ ପଛେ ଯେତେବେଳେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଦେଖିଆ କରିବାକୁ ଆସୁଛନ୍ତି ସେହି ସମୟରେ ଖାଲି ହାତରେ କିପରି ଆସିବେ | ସେଥିପାଇଁ ନିଜ ବାଡ଼ିର କେନ୍ଦୁ ନେଇ ଆସିଥିଲେ ଜଣେ ବୃଦ୍ଧ | ଜରିରେ କିଛି କେନ୍ଦୁ ଏବଂ ବ୍ୟାଗରେ ଅଭିଯୋଗର ପତ୍ର ଆଉ ମନରେ ଥିଲା ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ନିଶ୍ଚିତ ବୁଝିବେ | ଏହାସହ ତାଙ୍କ କେନ୍ଦୁଙ୍କୁ ଅତି ଆଦରର ସହ ଗ୍ରହଣ କରିବେ |

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବୃଦ୍ଧ ଜଣକ ଯେତେବେଳେ ତାଙ୍କ ଆଗକୁ କେନ୍ଦୁ ବଢ଼ାଇ ଦେଇଥିଲେ ସେହି ସମୟରେ ସୁରକ୍ଷାକର୍ମୀ ସେହି କେନ୍ଦୁ ଜରିକୁ ନେଇଗଲେ କିନ୍ତୁ ପୁଣି ଠାରେ କେନ୍ଦୁ ମଗାଇଲେ ମୁଖ୍ୟମନ୍ତ୍ରୀ | ଜରିରୁ କିଛି କେନ୍ଦୁ ବାହାର କରି ନିଜେ ଖାଇଥିଲେ ମୁଖ୍ୟମନ୍ତ୍ରୀ ଏବଂ କହିଲେ ବହୁତ ଭଲ ଲାଗୁଛି |

Advertisement

ପିଲାଟି ଦିନରୁ କେନ୍ଦୁ ଖାଇ ବଢିଥିବା ଆଜି ମୁଖ୍ୟମନ୍ତ୍ରୀ ହୋଇ ନିଜ ପିଲା ଦିନ କଥା ମାନେ ପକାଇଦେଲେ | ରାଜ୍ୟ ଅତିଥି ଭବନ ଠାରେ ଲୋକଙ୍କ ଦୁଃଖ ବୁଝିବା ସହ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରତିଶୃତି ଦେଉଛନ୍ତି ଯେ ତାଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ | ଏହାସହ କେନ୍ଦୁ ନେଇ ଆସିଥିବା ବୃଦ୍ଧଙ୍କୁ ମଧ୍ୟ ପ୍ରତିଶୃତି ଦେଇ ସବୁ ଆଶା ଏବଂ ଇଚ୍ଛା ପୁରା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Leave a Reply

Your email address will not be published. Required fields are marked *