Pratidin TV

Odisha's Digital News Platform

ଅତିଥିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଅନନ୍ତ-ରାଧିକା

1 min read

ବଡ ଘର ବୋହୂଙ୍କ ବଡ଼ପଣ | ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅତିଥି | ଅତି ନମ୍ର, ଭଦ୍ର, ଓ ସଂସ୍କାରପୂର୍ଣ୍ଣ ରାଧିକାଙ୍କ ବ୍ୟବହାର ଦେଖି ସମାରୋହରେ ଅତିଥି ହୋଇଗଲେ ଖୁସି | ଅନନ୍ତ- ରାଧିକାଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର ଆୟୋଜନ କରିଥିବା ମୋସାଲି ସମାରୋହରେ ନୀତାଙ୍କ ପରିବାର ଲୋକେ ରାଧିକାଙ୍କ ମୁହଁ ଦେଖିଥିଲେ |

ଅଜା, ଆଈ, ମାମୁଁ, ମାଇଁ ସମସ୍ତେ ରାଧିକାଙ୍କ ଉପହାର ଦେଇଥିଲେ | ଯାହା ଏକ ଗୁଜୁରାତି ପରମ୍ପରା ଅଟେ | ମାମୁଁ ଘରୁ ଆସିଥିଲା ଅନେକ ଉପହାର | ଯେଉଁ ସମାରୋହକୁ ମୋସାଲି ବୋଲି କୁହାଯାଏ | ତେବେ ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା | ଏହି ସମାରୋହରେ ଆସିଥିବା ଅତିଥିଙ୍କର ଜଣ ଜଣଙ୍କର ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ରାଧିକା | ଯାହାକୁ ଦେଖି ମୁକେଶ ଏବଂ ନିତା ଅମ୍ବାନୀ ଖୁସି ହୋଇଯାଇଥିଲେ | ଏହାସହ ନିତାଙ୍କୁ ମଧ୍ୟ ଅତିଥିମାନେ ବେଶ ପ୍ରଶଂସା କରିଥିଲେ |

Advertisement

ଅମ୍ବାନିଙ୍କ ଘର ଏନ୍ଟିଲିଆରେ ଏହି ସମାରୋହ ଆୟୋଜନ କରାଯାଇଥିବା ବେଳେ ବନ୍ତରା ଥିମରେ ଏହାକୁ ସଜା ଯାଇଥିଲା | ଯାହାର ଅର୍ଥ ହେଉଛି ବନର ତାରା | ଯାହା ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା |

Leave a Reply

Your email address will not be published. Required fields are marked *