Pratidin TV

Odisha's Digital News Platform

ବିଶ୍ଵର ସବୁଠୁ ଛୋଟ ଜଗନ୍ନାଥ ମୂର୍ତ୍ତି ତିଆରି କଲେ କଟକର ସ୍ମୃତି ରଞ୍ଜନ

1 min read

ରାତି ପାହିଲେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ୯ ଦିନ ପାଇଁ ରତ୍ନ ବେଦୀରୁ ଜନ୍ମବେଦୀ କୁ ଯାତ୍ରା କରିବେ ଚତୁର୍ଦ୍ଧାମୂରତୀ । ଆଉ ଏହି ରଥଯାତ୍ରା ଉପଲକ୍ଷେ କଟକ ର ସ୍ମୃତି ରଞ୍ଜନ ମହାନ୍ତି ତିଆରି କରିଛନ୍ତି ବିଶ୍ଵର ସବୁଠୁ ଛୋଟ ଜଗନ୍ନାଥ୍ ପ୍ରତିମୂର୍ତ୍ତି । ଯାହାର ଆକାର ରହିଛି ହାଲ୍ଫ ଇଞ୍ଚ୍ ବା ୧.୫ ସେ.ମି. । ତେବେ ସ୍ମୃତି ରଞ୍ଜନ କୁହନ୍ତି ଏହି ପ୍ରତିମୂର୍ତ୍ତି ଗଢ଼ିବାକୁ ତାଙ୍କୁ ଗୋଟେ ଦିନର ସମୟ ଲାଗିଥିଲା । ଏବଂ ଏଥିରେ ୧୦ ରୁ ୧୫ ଟଙ୍କା ଖର୍ଚ୍ଚ ହୋଇଛି ।

ପୂର୍ବରୁ ୨୦୨୧ ମସିହାରେ ସ୍ମୃତି ମହମବତୀରେ ଗୋଟେ ସେଣ୍ଟିମିଟର ଜଗନ୍ନାଥ୍ ମୂର୍ତ୍ତି ତିଆରି କରି ବିଶ୍ବ ରେକର୍ଡ଼ କରିବା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ମଧ୍ଯ ସ୍ଥାନ ପାଇଥିଲେ । କିନ୍ତୁ ବର୍ତ୍ତମାନ ଏଇ ହାଲ୍ଫ ଇଞ୍ଚ୍ ର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବିଶ୍ଵର ସବୁଠୁ କ୍ଷୁଦ୍ର ମୂର୍ତ୍ତି । ଯାହାକୁ ତିଆରି କରିବା ପାଇଁ ଅନେକ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ସ୍ମୃତି ରଞ୍ଜନ ।

Advertisement

Leave a Reply

Your email address will not be published. Required fields are marked *