Pratidin TV

Odisha's Digital News Platform

ଜଗତସିଂହପୁର ସଦର ଥାନାରେ ବିଧାୟକ ଅମରେନ୍ଦ୍ର ଦାସ ଦେଲେ ୱାର୍ଣ୍ଣିଂ

1 min read

ଜଗତସିଂହପୁର ସଦର ଥାନାରେ ବିଧାୟକ ଅମରେନ୍ଦ୍ର ଦାସ ପହଞ୍ଚି ଥାନାରେ ଚାଲିଥିବା ଅବ୍ୟବସ୍ଥା ଉପରେ ଥାନା କର୍ମଚାରୀ ମାନଙ୍କ ଉପରେ ବର୍ଷିଛନ୍ତି। ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଥାନାର ଅଧିକାରୀ ମାନେ ଦୁର୍ବ୍ୟବହାର କରୁଥିବା ନେଇ ବିଧାୟକଙ୍କ ନିକଟରେ ସାଧାରଣ ଜନତା କରିଥିଲେ ଅଭିଯୋଗ।ଅଭିଯୋଗର ସତ୍ୟାସତ୍ୟ ପାଇଁ ଥାନାରେ ପହଞ୍ଚିଥିଲେ ବିଧାୟକ। ଜଗତସିଂହପୁର ଥାନାରେ ଅବ୍ୟବ୍ୟସ୍ଥାକୁ ନେଇ ପୋଲିସ ବାବୁଙ୍କ ଉପରେ ବର୍ଷିଲେ। ବିଧାୟକ ଅମରେନ୍ଦ୍ର ଦାସ। ଅଭିଯୋଗ କରିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଅସହଯୋଗ କରିବା ସହିତ ମୌଳିକ ସୁବିଧା ମଧ୍ୟ ଯୋଗାଉ ନାହାନ୍ତି ପୋଲିସ।

ବିଳମ୍ବିତ ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଏକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ମାତ୍ର ଅଭିଯୋଗ ଲେଖିବା ପାଇଁ ଥାନାରେ କାଗଜ ନଥିବା କହି ଜଣେ ପୋଲିସ ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ସେହି ସମୟରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ତାଙ୍କ ବ୍ୟକ୍ତିଗତ କାମରେ ଥାନାକୁ ଯାଇଥିବା ବେଳେ ଏହି ଘଟଣା କୁ ଜାଣିଥିଲେ। ପରେ ବିଧାୟକ ପୋଲିସଙ୍କୁ ତାଗିଦ କରିବା ସହିତ ଅଭିଯୋଗ ଲେଖିବାକୁ କିଛି ପ୍ୟାକେଟ କାଗଜ ଓ କଲମ ଦେଇଥିବା ଦେଖାଯାଇଛି। ଅନ୍ୟପଟେ ବିଧାୟକ କହିଛନ୍ତି କେବଳ ଗୋଟିଏ ନୁହେଁ ବରଂ ସବୁ ଥାନା ଲୋକଙ୍କୁ ସହଯୋଗ କରିବା ଆବଶ୍ୟକ।

Advertisement

Leave a Reply

Your email address will not be published. Required fields are marked *