Pratidin TV

Odisha's Digital News Platform

ବିଶ୍ୱ ବିଜେତାଙ୍କ ଭବ୍ୟ ସ୍ୱାଗତ କରି କାନ୍ଦିଲେ ନିତା ଅମ୍ବାନୀ ।

1 min read

ଦେଶ ବିଦେଶରୁ ଛୁୁଟୁଛି ଭାରତକୁ ଶୁବେଚ୍ଛା । ଟି-୨୦ ବିଶ୍ୱ ଚାମ୍ପିୟନଙ୍କୁ ନେଇ ଭାରତ ଯେ କେତେ ଗର୍ବିତ ତାହା ପୁରା ବିଶ୍ୱ ଦେଖିସାରିଲାନି । ବିଶ୍ୱ ବିଜୟୀମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛି ଭାରତ । ଏହା ପରେ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନିତା ଅମ୍ବାନୀ ମଧ୍ୟ କ୍ରିକେଟର ମାନଙ୍କୁ ନିମନ୍ତ୍ରଣ ଜଣାଇ ସେମାନଙ୍କ ହାତରେ ରାଧା କ୍ରିଷ୍ଣାଙ୍କ ପୂଜା ଅର୍ଚ୍ଚନା କରାଇଥିଲେ । ଏବଂ ପରେ ଏକ ଷ୍ଟେଜ୍‌ରେ ଜଣ ଜଣ କରି ବିଶ୍ୱ ବିଜେତାଙ୍କ ପ୍ରଶଂସା କରିଥିଲେ ।

ଅଧିନାୟକ ରୋହିତ ଶର୍ମା ଠାରୁ ସୂର୍ଯ୍ୟାକୁମାର ଯାଦବଙ୍କ ଯାଏଁ ସମସ୍ତଙ୍କ ଭୁରି ଭୁରି ପ୍ରଶସା କରିଥିଲେ ନିତା କିନ୍ତୁ ଶେଷରେ ହାର୍ଦ୍ଦିକଙ୍କୁ ଧରି ଭାବୁକ ହୋଇପଡିଥିଲେ ସେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମଧ୍ୟ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *