Pratidin TV

Odisha's Digital News Platform

ଆଜିବି ଲିଭି ନାହିଁ ଅନ୍ଧବିଶ୍ୱାସ : ଗୁଣି ଗାରେଡି ସନ୍ଦେହରେ ଅମାନୁଷିକ କାଣ୍ଡ ଘଟାଇଲେ ଗ୍ରାମବାସୀ

ମାଲକାନାଗିରି : କିଛି ବିଶ୍ୱାସ ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୋଟିଏ ପରିବାର ଉପରକୁ ମରଣାତ୍ମକ ଆକ୍ରମଣ । ସାଧାରଣତ ଗାଁ ମାନଙ୍କରେ ଦେଖାଯାଏ ଏଭଳି କିଛି ଅମାନବୀୟ କାଣ୍ଡ । ଆଗକାଳରୁ ଗ୍ରାମବାସୀମାନଙ୍କ ଏହି ଗୁଣିଗାରେଡି ପ୍ରଥା ଉପରେ ଦୃଢ ବିଶ୍ୱାସ ରହିଆସିଛି । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜିବିତ ଅଛି । ଏନେଇ ଅନେକ ଘଟଣା ଦୁର୍ଘଟଣା ମଧ୍ୟ ଦେଖାଦେଇଛି । ନିକଟରେ ମାଲକାନାଗିରି ଜିଲ୍ଲାରେ ଏଭଳି କିଛି ଘଟଣା ଦେଖାଦେଇଛି । ଅନ୍ଧବିଶ୍ୱାସକୁ ନେଇ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ଧୂମ ମାଡ ମାରିଥିବା ଅଭିଯୋଗ ହୋଇଛି ଥାନାରେ ।

ଅଭିଯୋଗ ଅନୁ୍‌ଯାୟୀ, ତେନ୍ତୁଳିଗୁଡା ଗାଁରେ ବସବାସ କରୁଥିବା କାବାସି ପରିବାରର ୩ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା ।ତେବେ ତାଙ୍କ ପରିବାର ଲୋକେ କେହି ଗୁଣିଗାରିଡେ କରିଥିବା ସନ୍ଦେହ କରି , ପାଖ ଗାଁରେ ରହୁଥିବା ଜଣେ ଗୁଣିଆ ପାଖକୁ ଯାଇଥିଲେ । ସେହି ଗୁଣିଆ ଜଣଙ୍କ ତେନ୍ତୁଳିପଡା ଗାଁର ଦେବା ପଡିଆମି, କେଶା କାବାସି ଓ ପ୍ରେମା ପଡିଆମି ଏହି ଗୁଣିଗାରିଡେ କରିଥିବା କହିଥିଲେ ।

ଏନେଇ ଗାଁରେ ଗତକାଲି ଏକ ସଭା ଡକାଯାଇଥିଲା । ସେହି ସଭାରେ ଦେବା ପଡିଆମି ଓ ପ୍ରେମା ପଡିଆମି ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ କାବାସି ପରିବାର ଲୋକେ ଉଭୟ ବାପା ଓ ପୁଅକୁ ନିର୍ଧୂମ ପିଟିଥିଲେ। ବାପା ଭାଇକୁ ମାଡ଼ ଖାଉଥିବା ଦେଖି ଝିଅ ମାଧୁରୀ ପଡିଆମି ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ମାଧୁରୀ ପଡିଆମି ଗତକାଲି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ , ଏଯାଏଁ କାହାକୁ ଗିରଫ୍ କରିନାହିଁ ।

Leave a Reply

Your email address will not be published. Required fields are marked *