Pratidin TV

Odisha's Digital News Platform

ଡବଲ ଏନକାଉଣ୍ଟର ୫ ଆତଙ୍କ ନିହତ, ୨ ଯବାନ ସହିଦ

1 min read

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା | ଶନିବାର ସକାଳେ କୁଲଗାମ ଜିଲ୍ଲାର ୨ ଟି ସ୍ଥାନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ | ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଗୁଳି ଚାଲାଣ କରିଥିଲେ | ଯେଉଁଥିରେ ୨ ସେନା ଯବାନ ସହିଦ ହୋଇଛନ୍ତି | ଏହା ମଧ୍ୟରେ ଯବାନଙ୍କୁ ମିଳିଛି ବଡସଫଳତା | ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀ କୁଲଗ୍ରାମ ଜିଲ୍ଲାର ୫ ଆତଙ୍କବାଦୀ ନିହତ ହୋଇଛନ୍ତି | ତେବେ ଆହୁରି ଆତଙ୍କବାଦୀ ଲୁଚି ରହଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି |

ସୂଚନା ଅନୁଯାୟୀ, କୁଲଗାମ ଜିଲ୍ଲାର ଚିନିଗାମ ଓ ମୋଦରଗାମରେ ଏନ୍‌କାଉଣ୍ଟର ହୋଇଛି। ଆତଙ୍କବାଦୀ ଲୁଚିଥିବାର ଖବର ପାଇବା ପରେ ସେନା ପକ୍ଷରୁ ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମୋଦରଗାମରେ ଏନ୍‌କାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳିମାଡରେ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଏକ ଏନ୍‌କାଉଣ୍ଟରେ ଫ୍ରିସଲ କୁଲଗାମରେ ଜାରି ରହିଛି। ଏଠାରେ ହବିଲଦାର ରାଜ କୁମାର ସହିଦ ହୋଇଛନ୍ତି।

Advertisement

ଅନ୍ୟପଟେ ୫ ଆତଙ୍କବାଦୀ ମୃତ୍ୟୁକୁ ନେଇ ରାଗରେ ଆତଙ୍କବାଦୀ | ଜାମ୍ମୁ କାଶ୍ମୀର କଶ୍ମୀରର ରଜୌରୀରେ ଥିବା ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *