Pratidin TV

Odisha's Digital News Platform

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ , ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ, ଶେଷ ହେବ ବିଶ୍ୱ ! 

1 min read

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ | ସଠିକ ଭବିଷ୍ୟବାଣୀ କରୁଥିବା ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସଦାବେଳେ ଚର୍ଚ୍ଚାରେ ରହିଥାଏ | ବାବା ଭେଙ୍ଗା ଜଣେ ନେତ୍ରହୀନ ଭବିଷ୍ୟ ବକ୍ତା | ତାଙ୍କର ମୃତ୍ୟୁ ୮୫ ବର୍ଷ ବୟସରେ ୧୯୯୬ ବର୍ଷରେ ହୋଇଥିଲା | ତେବେ ସେ କରିଯାଇଥିବା ଭବିଷ୍ୟବାଣୀକୁ ଆଜି ମଧ୍ୟ ଲୋକମାନେ ମାନେ ପକାନ୍ତି |

ବାବା ଭେଙ୍ଗା କରିଯାଇଥିବା ଭବିଷ୍ୟବାଣୀ ପ୍ରାୟ ସତ ପ୍ରମାଣିତ ହୋଇଛି | ୨0୨୩ ମଶିଣାକୁ ନେଇ ସେ କରିଯାଇଥିବା ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି | ଠିକ ସେହିପରି ଆସୁଥିବା ସମୟ ପାଇଁ ମଧ୍ୟ ଅନେକ କିଛି ଭବିଷ୍ୟବାଣୀ ଉଲ୍ଲେଖ କରାଯାଇଛି | ୨0୨୫ ମସିହାରେ କଣ ବଡ ଘଟଣା ଘଟିବ ତାହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି | ଯାହା ଶୁଣିବା ଦ୍ୱାରା ଚକିତ ହୋଇଯିବେ | ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨0୨୫ ମସିହାରେ ୟୁରୋପରେ ବଡ ସଂଘର୍ଷ କାରଣରୁ ମହାଦ୍ଵୀପରେ ଭାରି ମତରେ ଜନସଂଖ୍ୟା କମିଯିବ | ସସେହିଭଳି ୨0୨୮ ମସିହାରେ ମାନବସମାଜ ଉର୍ଜ୍ଜର ସ୍ରୋତ ଖୋଜିବା ସନ୍ଧାନରେ ଶୁକ୍ର ଗ୍ରହରେ ଯାଇ ପହଞ୍ଚିବ | ୨0୩୩ ମସିହାରେ ଧୃବୀୟ ବରଫ ତରଳିବା କାରଣରୁ ସ୍ମୁର ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ପାଇବ | ସେହିପରି ୨0୭୬ ମସିହାରେ ବୈଷୟିକ ସ୍ତରରେ ସାମ୍ୟବାଦ ସ୍ତର ପୁଣି ଥରେ ଫେରିବ | ସେହିପରି ୨୧୩0 ମସିହାରେ ଅଲୌକିକ ସଭ୍ୟତା ସହ ମାନବ ସମାଜର ସମ୍ପର୍କ ଗଢିଉଠିବ | ୨୧୭0 ମସିହାରେ ବିଶ୍ୱରେ ଭୟଙ୍କର ମରୁଡି ଦେଖାଯିବ | ୩00୫ ମସିହାରେ ମଙ୍ଗଳ ଗ୍ରହରେ ଯୁଦ୍ଧ ହେବାର ସମ୍ଭାବନ ରହିଛି | ତେବେ ୩୭୯୭ ମସିହାରେ ପୃଥିବୀର ବିନାଶ ଘଟିବ ଓ ମାନବ ସମାଜ ସୌରମଣ୍ଡଳ ମଧ୍ୟରେ ଅନ୍ୟ ଗ୍ରହକୁ ଯିବାରେ ସକ୍ଷମ ହେବ | ପରେ ୫0୭୯ ମସିହାରେ ଦୁନିଆର ଅନ୍ତ ଘଟିବ |

Advertisement

Leave a Reply

Your email address will not be published. Required fields are marked *