Pratidin TV

Odisha's Digital News Platform

ପ୍ରବଳ ବର୍ଷାରେ ରଥଯାତ୍ରାରେ ଭିଜିବ ପୁରୀ, ବଡ଼ଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ

ଆଜି ବଡଦାଣ୍ଡରେ ଭିଜିବେ ଭକ୍ତ ଓ ଭଗବାନ | ବର୍ଷାରେ ଭିଜି ଭିଜି ଭକ୍ତ ଟାଣିବେ ରଥର ଦୌଡ଼ି | ରଥଯାତ୍ରାରେ ଭିଜିବ ପୁରୀ | ଲାଘବ ହେବ କଷ୍ଟ ପୁର୍ଣ୍ୟ ଅରଜିବେ ଭକ୍ତ | ଏମିତିକି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ମଧ୍ୟ ରହିଛି ଆଶଙ୍କା |

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର | ଦକ୍ଷିଣ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ | ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ | ତେବେ ଆଜି ରଥଯାତ୍ରା ଥିବା ବେଳେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଏବର ସମ୍ଭାବନା ରହିଛି | ଏହାସହ ପୁରୀ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ |

ପୁରୀ, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, କେଉଁଝର,ସୁନ୍ଦରଗଡ଼, ଖୋର୍ଦ୍ଧା,ରାୟଗଡା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବ ବେଳେ କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା |

Leave a Reply

Your email address will not be published. Required fields are marked *