ଆଲମାରୀ ଭିତରେ ବଙ୍କର , ମାସ ମାସ ଧରି ଲୁଚି ରହୁଥିଲେ ଆତଙ୍କବାଦୀ
1 min readକାଶ୍ମୀରରେ ଆତଙ୍କବାଦୀଙ୍କ ଆଉ ଏକ କାହାଣୀ | ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ବଙ୍କର ପାଲଟିଥିଲା ଆତଙ୍କବାଦୀର ସୁରକ୍ଷାସ୍ଥଳୀ |
ଜମ୍ମୁକଶ୍ମୀରରେ ଆତଙ୍କୀଙ୍କ ଏଭଳି କିଛି ଠିକଣାକୁ ଖୋଜି ପାଇଛନ୍ତି ସୁରକ୍ଷାକର୍ମୀ। ଏମିତି ଆଲମାରୀ ଭିତରେ ଷୁଡ଼ଙ୍ଗ କରି ସେଠି ଆତ୍ମଗୋପନ କରିଥିଲେ ୪ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ। କୁଲଗାମର ଚିନିଗାମ୍ରେ ଆତଙ୍କବାଦୀ ମାନେ ଜଣେ ବ୍ୟକ୍ତିଙ୍କ ଘରକୁ ଭଡ଼ାରେ ନେଇ ସେଠି ବଙ୍କର ବନାଇ ଥିଲେ। ମାସ ମାସ ଧରି ଲୁଚି ରହୁଥିଲେ ଏହାରି ଭିତରେ।
ବଙ୍କର ଭିତରେ ୪ରୁ ୫ ଜଣ ରହିବା ଭଳି ବ୍ୟବସ୍ଥା ରହିଛି। ଆଲମିରାର କବଡ୍ ଭିତରେ ଥରେ ପଶିଗଲା ପରେ ବାହାରୁ କାହାକୁ ସନ୍ଦେହ ମଧ୍ୟ ହେବନି ଯେ ଭିତରେ କ’ଣ ଚାଲିଛି ଆଉ କେତେ ଜଣ ଅଛନ୍ତି। ବାୟୁ ଚଳାଚଳ ହେବା ବ୍ୟବସ୍ଥା ଥିବା ସହ ଖାଇବା ପହଞ୍ଚାଇବାକୁ ସୁବିଧା ମଧ୍ୟ ଥିଲା। ଏହାର କାନ୍ଥ ଓ ଚଟାଣ ଏତେ ମଜବୁତ ଥିଲା ଯେ ଗୁଳି ମଧ୍ୟ ଏହାକୁ ସହଜରେ ଭେଦ କରିପାରିବନି। ଆକ୍କାଙ୍କ ହୁକୁମ୍ ପରେ ଆତଙ୍କବାଦୀ ମାନେ ଏଠୁ ବାହାରି ଆତଙ୍କ ଖେଳାଉଥିଲେ ।
ଲଗାତାର ୨୪ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ୪ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କୀଙ୍କ ଆଖି ବୁଜା ଗୁଳିକୁ କାଉଣ୍ଟର କରି, ଆଖପାଖ ଲୋକଙ୍କୁ ସୁରକ୍ଷା ଦେଇ ସବୁ ଆତଙ୍କବାଦୀଙ୍କୁ ନିହତ କରିଥିଲେ ଯବାନ। ନିହତ ହୋଇଥିବା ସବୁ ଆତଙ୍କବାଦୀ ଗ୍ରେଡ୍-A କାଟାଗୋରୀର ଅର୍ଥାତ ସବୁଠୁ ଅଧିକ ଦୁର୍ଦ୍ଦାନ୍ତ।
ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଯୁଗ୍ମ ଏନକାଉଣ୍ଟରରେ ସମୁଦାୟ ୬ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୋଡରଗାମ ଏନକାଉଣ୍ଟର ସ୍ଥାନରୁ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ରବିବାର ଦିନ ଚିନ୍ନିଗାମ ସାଇଟରେ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଅପରେସନ୍ ସମୟରେ ଜଣେ ଅଭିଜିତ ପାରା କମାଣ୍ଡୋଙ୍କ ସମେତ ଦୁଇ ଜବାନ ଙ୍କ ମଧ୍ୟ ଡ୍ୟୁଟି ଲାଇନରେ ଶହୀଦ ହୋଇଥିଲେ।