Pratidin TV

Odisha's Digital News Platform

ହେମନ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲା ଇଡି

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ ଆଦେଶକୁ ସୁପ୍ରିମକୋର୍ଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚ୍ୟାଲେଞ୍ଜ କରିଛି। ପୁଣିଥରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଝାରଖଣ୍ଡ ହାଇକୋର୍ଟ ପକ୍ଷରୁ ସୋରେନଙ୍କୁ ମିଳିଥିବା ଜାମିନ ବେଆଇନ୍‌ ବୋଲି ଇଡି ପକ୍ଷରୁ କୁହାଯାଇଛି |

ହାଇକୋର୍ଟଙ୍କ ରାୟରେ ତ୍ରୁଟି ଥିବା ଦର୍ଶାଇ ଏହା ବିରୋଧରେ ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଇଡି କହିଛି, ହେମନ୍ତ ସୋରେନଙ୍କ ବିରୋଧରେ ହୋଇଥିବା ମାମଲାରେ ସତ୍ୟତା ନ ଥିବା ଦର୍ଶାଇ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ।

ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିରୋଧରେ ଆଉ ଏକ ଷଡଯନ୍ତ୍ର ରଚିଛି। ଏନଏମଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୁପ୍ରିମକୋର୍ଟଙ୍କୁ ଜବରଦଖଲ ଉଚ୍ଛେଦ ମାମଲାରେ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଜାମିନ ପ୍ରଦାନ କରିବା ଆଦେଶକୁ ଚ୍ୟାଲେଞ୍ଜ କରିବା ପରେ ଜେଏମଏମଙ୍କ ପ୍ରତିକ୍ରିୟା ଆସିଛି। ହେମନ୍ତ ସୋରେନଙ୍କୁ ବିଜେପି ଡରୁଛି |

ଜାନୁଆରୀ ୩୧ରେ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାରଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଫେବୃଆରୀ ୨ରେ ଶପଥ ନେଇଥିଲେ। ହେମନ୍ତଙ୍କୁ ପଞ୍ଚ ମାସ ପର୍ଯ୍ୟନ୍ତ ଜେଲରେ ରହିଲା ପରେ ବାହାରିବା ପରେ ବେଲ ମିଳିବା ପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତର ସୋରେନ ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି |

ଏହାପରେ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ଥିବାରୁ ରାଜ୍ୟପାଳ ରାଧାକ୍ରିଷ୍ଣନନ ଗତ ୪ ତାରିଖରେ ତାଙ୍କୁ ହେମନ୍ତ ସୋରେନ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ | ଏହାପରେ ଗତକାଲି ଆସ୍ଥା ଭୋଟରେ ସେ ବହୁମତ ସାବ୍ୟସ୍ତ କରି ସାରିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଡୁଆ ସରିବାର ଖବର ଆସୁନାହିଁ |

Leave a Reply

Your email address will not be published. Required fields are marked *