ମୋଦିଙ୍କ ଡ୍ରାଇଭର ସାଜି ନିଜେ ଗାଡିରେ ବୁଲାଇଲେ ପୁଟିନ୍..
1 min readଦୁଇ ଦିନିଆ ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ମସ୍କୋରେ ପହଞ୍ଚିଛନ୍ତି , ନରେନ୍ଦ୍ର ମୋଦିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭବ୍ୟ ସ୍ବାଗତ। ଘରକୁ ଡାକି ଆଲିଙ୍ଗନ କଲେ, ଗାଡ଼ିରେ ବୁଲାଇଲେ ଓ ସାଥିରେ କଲେ ପ୍ରାଇଭେଟ୍ ଡିନର। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାତ୍ରୀ ଭୋଜନ ପାଇଁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ରୁଷିଆର ରାଷ୍ଟ୍ରପତି ତାଙ୍କୁ ସ୍ବାଗତ କରିଥିଲେ। ରାତ୍ରୀ ଭୋଜନ ପରେ ପୁଟିନ ଏକ ଗଲ୍ଫ କାର୍ଟରେ ମୋଦିଙ୍କୁ ନେଇ ସରକାରୀ ବାସଭବନରେ ବୁଲିବାକୁ ଯାଇଥିଲେ। ଏହି ସମୟରେ ପୁଟିନ ନିଜେ ଗଲ୍ଫ କାର୍ଟ ଚଳାଇଥିଲେ। ଏଥିସହ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଏହା କୌଣସି ସଂଯୋଗ ନୁହେଁ, ଆପଣଙ୍କ କାମ ହିଁ ଆପଣଙ୍କୁ ପୁଣି ଥରେ ସରକାର ଗଢିବାରେ ସାହାଯ୍ୟ କରିଛି।
ଆପଣ ଜଣେ ଉର୍ଜାବାନ୍ ବ୍ୟକ୍ତି। ଭାରତ ଓ ଭାରତୀୟଙ୍କ ମଙ୍ଗଳ କିପରି ହେବ ତାହା ଆପଣଙ୍କୁ ଭଲ ଭାବରେ ଜଣା। ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିପାରିଛି।ଏଥିସହ ପୁଟିନ୍ କହିଥିଲେ ଯେ ଆପଣ ସମଗ୍ର ଜୀବନକୁ ନିଜ ଦେଶର ଲୋକଙ୍କ ପାଇଁ ଉତ୍ସର୍ଗ କରିଛ ଏବଂ ଦେଶବାସୀ ଏହା ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଟିନ୍ଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋର ନୀତି ହେଉଛି ସଂସ୍କାର ଆଣିବା। ମୋ ଦେଶର ଲୋକମାନେ ମୋର ନୀତି ଉପରେ ମୋହର ଲଗାଇଛନ୍ତି। ମୁଁ ମୋର ତୃତୀୟ କାର୍ଯ୍ୟକାଳରେ ତିନି ଗୁଣ ଅଧିକ ପରିଶ୍ରମ କରିବାକୁ ସ୍ଥିର କରିଛି।”ଏହାପରେ ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ନିଜେ ପୁଟିନ ଡ୍ରାଇଭ୍ କରି ମୋଦିଙ୍କୁ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିବା ଦେଖିବାକୁ ମିଳିଥିଲା ।