Pratidin TV

Odisha's Digital News Platform

ଋଷ ସୈନିକଙ୍କ ସୁରକ୍ଷା କବଚ ସାଜିଛି ‘ଭାରତୀୟ ଜୋତା ..

1 min read

 ଋଷ ଓ ଭାରତର ବନ୍ଧୁତା ସମ୍ପର୍କରେ ସମସ୍ତେ ଜାଣନ୍ତି । ଋଷରୁ ଭାରତ ଅନେକ ଯୁଦ୍ଧାସ୍ତ୍ର କ୍ରୟ କରିଛି । ଋଷ ମଧ୍ୟ କିଛି ସାମଗ୍ରୀ ଭାରତରୁ ଆମଦାନୀ କରିଥାଏ । ହେଲେ ବିଶ୍ବ ସାମରିକ ଦୃଶ୍ୟପଟ୍ଟରେ ବେଶ ଶକ୍ତିଶାଳୀ ଭୂମିକାରେ ଥିବା ଋଷ ସେନାରେ ବ୍ୟବୃହତ ହେଉଛି ଭାରତ ନିର୍ମିତ ସାମଗ୍ରୀ । ବିହାରର ବୈଶାଳୀରେ ପ୍ରସ୍ତୁତ ହେଉଥିବା ଉଚ୍ଚମାନର ଜୋତାକୁ ବ୍ୟବହାର କରୁଛନ୍ତି ଋଷୀୟ ସୈନିକ । ଯୁଦ୍ଧକ୍ଷେତ୍ର ହେଉ କି ସାମରିକ ମିଶନରେ ଅତି ପ୍ରତିକୂଳ ପରିସ୍ଥିତି, ସବୁ ସମୟରେ ଋଷ ସୈନିକଙ୍କ ପାଦରେ ରହିଛି ଭାରତୀୟ ଜୋତା ।

ଯାହାକି ବୈଶ୍ବିକ ବଜାରରେ ଆତ୍ମନିର୍ଭର ଭାରତ ମିଶନରେ ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତାର ପରିଚୟ ଦେଉଛି ।ବିହାରର ବୈଶାଳୀ ଜିଲ୍ଲାର ଜାଜିପୁର ‘କମ୍ପିଟେନ୍ସ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ’ ଏହି ଜୋତା ନିର୍ମାଣ କରି ଋଷ ସେନା ପାଇଁ ରପ୍ତାନୀ କରୁଛି । 2018 ମସିହାରୁ ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଜୋତାକୁ ଋଷ ଆମଦାନୀ କରୁଛି ।

Advertisement

Leave a Reply

Your email address will not be published. Required fields are marked *