Pratidin TV

Odisha's Digital News Platform

ଅନନ୍ତ-ରାଧିକାଙ୍କ ବାହାଘର ପୂର୍ବରୁ , ବଢ଼ିଲା ହୋଟେଲ ଦର

ଦେଶର ଦାମୀ ବାହାଘର ପୂର୍ବରୁ ବଢ଼ିଲା ହୋଟେଲ ଦର | କେଉଁଠି ସୋଲ୍ଡ ଆଉଟ ହେଉଛି ତ କେଉଁଠି ହୋଟେଲ ବୁକ କରିବା ପାଇଁ ପଡୁଛି ଲକ୍ଷେ ଟଙ୍କା | ଶିଳ୍ପଟି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ପୂର୍ବରୁ କେବଳ ଜିଓ ପ୍ଲାନରେ ବୃଦ୍ଧି ନୁହେଁ ହୋଟେଲ ରିଟ ମଧ୍ୟ ଆକାଶ ଛୁଆଁ ହେଲାଣି | ସାଧାରଣ ଦିନରେ ଯେଉଁ ହୋଟେଲ ବୁକ କରିବା ପାଇଁ ମାତ୍ର ୧୩ ହଜାର ଟଙ୍କା ଥିଲା ସେହି ହୋଟେଲରେ ଗୋଟେ ରାତି ରହିବା ପାଇଁ ଦେବାକୁ ପଡୁଛି ଲକ୍ଷେ ଟଙ୍କା |

ତେବେ ହୋଏଲ ୱେବସାଇଟର ରିପୋର୍ଟ ଅନୁଯାୟୀ, ବାନ୍ଦ୍ରା କୁଲା କମ୍ପ୍ଲେକ୍ସର ମୁଖ୍ୟ ହୋଟେଲ ଯେଉଁଠାରେ ଏହି ବିବାହ ହେବାକୁ ଯାଉଛି ସେଠାରେ ହୋଟେଲ ରୁମ ସବୁ ବୁକ ହୋଇସାରିଛି | ଏପରିକି ଆଖପାଖ ସବୁ ହୋଟେଲ ମଧ୍ୟ ସବୁ ସୋଲ୍ଡ ଆଉଟ ହୋଇସାରିଛି | ତେବେ ଯେଉଁ କିଛି ହୋଟେଲରେ ରୁମ ବାକି ରହିଛି ତାହାର ଏବେ ଚାର୍ଜ ଏବେ ଲକ୍ଷେ ଟଙ୍କା ହୋଇଛି | ୧୪ ଜୁଲାଇରେ ଏହି ହୋଟେଲରେ ରହିବାକୁ ହେଲେ ୯୧ ହଜାର ୩୫0 ଟଙ୍କା ଦେବାକୁ ପଡିବ | ଯେଉଁ ଜାଗାରେ ସାଧାରଣ ଦିନରେ ଦେବାକୁ ପଡୁଥିଲା ୧ତ୩ ହଜାର ଟଙ୍କା |

ତେବେ ଏହି ବାହାଘର ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି | ଜୁଲାଇ ୧୨ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଜିଓ ୱାର୍ଲଡ ସେଣ୍ଟରରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି | ଯେଉଁଥିପାଇଁ ସାଧାରଣ ଲୋକମାନେ କୌଣସି ପ୍ରକାର ଟ୍ରାଫିକ ଅସୁବିଧା ନ ହେଉ |

Leave a Reply

Your email address will not be published. Required fields are marked *