ବିଶ୍ୱକପ ଜିତିବା ପରେ ସିରାଜଙ୍କୁ ଘର ଓ ଚାକିରୀ ଦେବ ସରକାର..
1 min readଟି -୨୦ ବିଶ୍ୱକପ୍ରେ ୨୦୨୪ ରେ ବାଜି ମାରିନେଇଛି ଭାରତ । ବିଶ୍ୱକପ ବିଜେତା ହେବା ପରେ ହାର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍ ବିଜୟ ପରେ ମହମ୍ମଦ ସିରାଜ ନିଜ ସହର ହାଇଦ୍ରାବାଦକୁ ଫେରଥିଲେ। ଏହା ପରେ ସିରାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ସିରାଜଙ୍କୁ ସମ୍ମାନିତ କରି ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହମ୍ମଦ ସିରାଜ ଆମ ଦେଶ ପାଇଁ ଗର୍ବ ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଗୌରବ। ଏଥିସହ ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି।