Pratidin TV

Odisha's Digital News Platform

ଅଷ୍ଟ୍ରିଆରୁ ଶୁଭିଲା “ବନ୍ଦେ ମାତରମ “..

ଅଷ୍ଟ୍ରିଆରୁ  ଶୁଭିଲା “ବନ୍ଦେ ମାତରମ ।  ଅଷ୍ଟ୍ରିଆ ବି କରିଲା ଭାରତର ଗୁଣଗାନ । ବର୍ତ୍ତମାନ ଦୁଇ ଦିନିଆ ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦିବସୀୟ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦୀ ଅଷ୍ଟ୍ରିଆରେ ପହଞ୍ଚିବା ପରେ ବିମାନବନ୍ଦରରେ ଅଷ୍ଟ୍ରିଆ ବୈଦେଶିକ ମନ୍ତ୍ରୀ ଆଲେକ୍‌ଜାଣ୍ଡର ଶାଲେନବର୍ଗ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ରିଜ୍ କାର୍ଲଟନ ହୋଟେଲରେ ପହଞ୍ଚିଥିଲେ, ଯେଉଁଠାରେ ଗୁଞ୍ଜରିତ ହୋଇଥିଲା ‘ବନ୍ଦେ ମାତରମ ’ ସଙ୍ଗୀତ। ଅଷ୍ଟ୍ରିଆ କଳାକାରମାନେ ଭାରତର ଏହି ଜାତୀୟ ସଙ୍ଗୀତ ପରିବେଷଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଅଭିଭୂତ ହେବା ସହିତ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଅଷ୍ଟ୍ରିଆରେ ଏହା ତାଙ୍କ ପ୍ରତି ସବୁଠୁ ବଡ଼ ସମ୍ମାନ ବୋଲି ମୋଦୀ କହିଛନ୍ତି।ବନ୍ଦେ ମାତରମ  ପରିବେଷଣ କରିଥିବା ଅଷ୍ଟ୍ରିଆ କଳାକାର ଇବ୍ରାହିମ ଏହି ବିଶେଷ ମୁହୂର୍ତ୍ତରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଆଗରେ ଇବ୍ରାହିମ କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ବନ୍ଦେ ମାତରଂ ପରିବେଷଣ କରିବା ଆମ ପାଇଁ ସବୁଠୁ ବଡ଼ ସମ୍ମାନର କଥା। ଏଥିପାଇଁ ଆମ ଟିମକୁ ଅନେକ ପ୍ରସ୍ତୁତି କରିବାକୁ ପଡ଼ିଥିଲା। ଏହା ଅତ୍ୟନ୍ତ ଅଦ୍ଭୁତ ଥିଲା। ତେବେ ଏହି ଅର୍କେଷ୍ଟ୍ରା ଟିମର ନେତୃତ୍ଵ ନେଇଥିଲେ ଜଣେ ଭାରତୀୟ ବିଜୟ ଉପାଧ୍ୟାୟ। ବିଜୟଙ୍କ ଘର ଉତ୍ତରପ୍ରଦେଶରେ। ଟିମରେ ୫୦ କଳାକାର ସାମିଲ ଥିଲେ।

Leave a Reply

Your email address will not be published. Required fields are marked *