Pratidin TV

Odisha's Digital News Platform

ଉତ୍ତରାଖଣ୍ଡରେ ଭୂସ୍ଖଳନ , ଚାଲିଗଲା  ୨ ଜୀବନ ..

1 min read

ବର୍ଷା ବିତ୍ପାତ । ରଚିଛି ତାଣ୍ଡବ ଲୀଳା ଧସୁଛି ମାଟି, ଧସୁଛି ରାସ୍ତା । ନଦୀ ଗର୍ଭକୁ ଚାଲି ଯାଉଛି ଘର । ଉତ୍ତରାଖଣ୍ଡରେ ଚିନ୍ତା ବଢ଼ାଇଛି ବର୍ଷା । ଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବର୍ଷା ହେଉଛି। ଯେଉଁଆଡେ ଚାହିଁବ ସବୁଠି ଜଳାର୍ଣ୍ଣବ ସ୍ଥିତି। ଉତ୍ତରାଖଣ୍ଡ ସବୁ ଜାତୀୟ ରାଜପଥ ବନ୍ଦ କରାଯାଇଛି। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟାରେ ପର୍ଯ୍ୟଟକ ବର୍ଷାରେ ଫସିକି ରହିଛନ୍ତି। ସେପଟେ ଉତ୍ତରାଖଣ୍ଡରେ ପ୍ରବାହିତ ଅଳକାନନ୍ଦ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅଳକନନ୍ଦାର ଭୟଙ୍କର ଗର୍ଜନ ଲୋକଙ୍କୁ ଆତଙ୍କିତ କରୁଛି।

ଗଙ୍ଗା ଏବଂ ବିଷ୍ଣୁ ପ୍ରୟାଗ ନଦୀ ମଧ୍ୟ ବିପଦସଙ୍କେତ ଉପରେ ରହିଛି। ବଦ୍ରିନାଥ ଯିବାକୁ ଥିବା ଜାତୀୟରାଜପଥକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। କାରଣ ବର୍ଷା କାରଣରୁ ବଡ଼ ବଡ଼ ପାହାଡ଼ ଧସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ଷା ହେଲେ ବଡ଼ ବଡ଼ ଗାଡ଼ି ଗୁଡ଼ିକ ଭାସିଯାଇ ଦୁର୍ଘଟଣା ଘଟୁଛି। ଲୋକଙ୍କ ପ୍ରାଣହାନୀ ଘଟୁଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ଗୁଡ଼ିକ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କୁ ବର୍ଷା ଦିନରେ ଏହି ସ୍ଥାନ ଗୁଡ଼ିକୁ ନ ଆସିବାକୁ ଅନୁରୋଧ କରାଯାଇଛି। ତେବେ ଏହାରି ମଧ୍ୟରେ  ୨ଜଣ ପର୍ଯ୍ୟଟକ ଭୂ-ସ୍ଖଳନରେ ପ୍ରାଣ ହରାଇଛନ୍ତି। ସେମାନେ ହାଇଦ୍ରାବାଦରୁ ଆସିଥିବା ପୋଲିସ ସୂଚନା ଦେଇଛି। ପ୍ରବଳ ବର୍ଷା କାରଣରୁ ଚାରି ଧାମ ଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *