Pratidin TV

Odisha's Digital News Platform

ପୁଣି ଭିଜିଲାନ୍ସ ପଞ୍ଝାରେ ଜଣେ ଅତିରିକ୍ତ ଅଧିକାରୀ : ଏଥର ରାଜଧାନୀର ଜଳ ଯୋଗାଣ ଓ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍

ଭୁବନେଶ୍ୱର : ୨୦୨୨ ଶେଷ ଶୁଦ୍ଧା ରାଜ୍ୟରୁ ସବୁ ଲାଞ୍ଚୁଆ ମାନଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ଦୃଢ ପ୍ରତିଶୃତି ନେଇଛି ଭିଜିଲାନ୍ସ । ଏନେଇ ବର୍ଷ ଆରମ୍ଭରୁ ନିଜ କାମରେ ଲାଗିପଡିଥିଲା ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ପାଖାପାଖି ୪୦ ରୁ ଉର୍ଦ୍ଧ ଲାଞ୍ଚୁଆକୁ ଜେଲ୍ ପଠାଇସାରିଛି ଭିଜିଲାନ୍ସ । ସେହିପରି ଆଜି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । କିନ୍ତୁ ଏଥର ଭିଜିଲାନ୍ସ ଜାଲରେ ପଡିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢ଼ଉ କରାଯାଉଛି ।

ଏହି ଚଢାଉରେ ପ୍ରାୟ ୫ ଜଣ ଡିଏସପି,୧୨ ଇନସସ୍ପେକ୍ଟର, ଜଣେ ଏସଆଇ ଏବଂ ୧୧ ଜଣ ଏସଆଇ ସାମିଲ ହୋଇଛନ୍ତି । ପୂର୍ବ ଯୋଜନା ଆଧାରରେ ଭିଜିଲାନ୍ସ ଏକ ସମୟରେ ଭୁବନେଶ୍ୱର ଖାରବେଳନଗରର ଶ୍ରୀରାମ ମାନସନରେ ଥିବା ଫ୍ଲାଟ, ଖାରବେଳନଗରରେ ଥିବା ସଂପର୍କୀୟଙ୍କ ଘର, ଖୋର୍ଦ୍ଧା ସାନପଲରେ ଥିବା ସଂପର୍କୀୟଙ୍କ ଘର, ସମ୍ବଲପୁର ମୁଦିପଡ଼ାର ପୈତୃକ ବାସଭବନ, ବରଗଡ଼ରେ ଥିବା ନିଜ ଘର ଓ ଭୁବନେଶ୍ୱର ଅଫିସରେ ଏକ ସଙ୍ଗରେ ଚଢ଼ାଉ କାର୍ଯ୍ୟ ଜାରିରଖରଛି । ଏହା ସବୁଟୁ ବଡ ଧରଣର ଚଢାଉ ବୋଲି କହିଛି ଟିମ୍ ।

Leave a Reply

Your email address will not be published. Required fields are marked *