Pratidin TV

Odisha's Digital News Platform

ଅଷ୍ଟ୍ରେଲିଆର ମାଷ୍ଟର ସେଫ ସିଜିନ୍ରୁ ୧୩ ଫାଇନାଲରେ ଓଡ଼ିଆ ଖାଦ୍ୟ ପଖାଳ

1 min read

ଆମ ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ହେଉଛି ପଖାଳ | ଓଡ଼ିଶାରେ ପଖାଳ ଖାଦ୍ୟ ଏକ ସାଧାରଣ ଖାଦ୍ୟ | ବଡବଡିଆ ଲୋକମାନେ ଏହାକୁ ନାପସନ୍ଦ କରିଥାନ୍ତି | ସାରା ଭାରତରେ ମଧ୍ୟ ପଖାଳକୁ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଲୋକେ ଭାବିଥାନ୍ତି | କେବଳ ଏତିକି ନୁହେଁ ବିଶ୍ବ ଟେଷ୍ଟ ଆଟଲାସ୍‌ ବା ରୁଚିକର ଖାଦ୍ୟ ମାନଚିତ୍ରରେ ଏହା ସର୍ବନିମ୍ନସ୍ତରରେ ରହିଛି।

ସୂଚନା ଅନୁସାରେ ଅଷ୍ଟ୍ରେଲିଆର ‘ମାଷ୍ଟର ସେଫ୍‌ ସିଜନ୍‌-୧୩’ ପଖାଳ ଖାଦ୍ୟ ଫାଇନାଲରେ ପହଞ୍ଚିଛି | ସେଠାରେ ବିଶେଷଜ୍ଞମାନେ ପଖାଳକୁ ‘ସୁପରଫୁଡ୍‌’ ବୋଲି ବିବେଚନା କରିଛନ୍ତି। ବିଶ୍ବର ଖାଦ୍ୟ ବିଶେଷଜ୍ଞମାନେ ପଖାଳର ସ୍ବାସ୍ଥ୍ୟ ଉପାଦେୟତାକୁ ଭୂରିଭୂରି ପ୍ରଶଂସା କରିଛନ୍ତି।

Advertisement

ଅଷ୍ଟ୍ରେଲିଆ ମାଷ୍ଟରସେଫ୍‌ ପ୍ରତିଯୋଗିତାରେ ପଖାଳ ସହ ଆଳୁ ଚକଟା ଓ ମାଛ ଭଜା ଉପସ୍ଥାପନ କରାଯାଇଥିଲା | ଏହି ଖାଦ୍ୟକୁ ଖାଇବା ପରେ ମାଷ୍ଟର ସେଫ୍‌ ଅଷ୍ଟ୍ରେଲିଆର ବିଚାରପତି ମେଲିସା ଲିଓଙ୍ଗ ମତରେ ପଖାଳ ଏକ ଶକ୍ତିଶାଳୀ ଖାଦ୍ୟ। ଏହା ଯେତିକି ପୁଷ୍ଟିକର ସେହି ପରିମାଣରେ ସ୍ବାଦିଷ୍ଟ ବୋଲି ମାଲିସା କହିଛନ୍ତି। ଏହାକୁ ଉପସ୍ଥାପନା କରିଥିଲେ କିଶ୍ବର ଚୌଧୁରୀ। ତବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କିଶ୍ବର ଚୌଧୁରୀ ହେଉଛନ୍ତି ବାଂଲାଦେଶ ବାସିନ୍ଦା | ସେ ଏହି ପ୍ରତିଯୋଗିତାରେ ବିଜୟୀ ହେବା ନେଇ ଦୃଢ଼ତା ପ୍ରକାଶ କରିଛନ୍ତି |

ୱାଶିଂଟନ୍‌ସ୍ଥିତ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟ ଅନୁଯାୟୀ, ପଖାଳରେ ଅନ୍ୟ ଭିଟାମିନ୍‌ ସହିତ ପ୍ରଚୂର ମାତ୍ରାରେ ଜିଙ୍କ୍‌ ମଧ୍ୟ ରହିଛି। ଏଥିରେ ରିବୋଫ୍ଲାବିନ୍‌ ଓ ଭିଟାମିନ୍‌-ବି ଭରପୂର ରହିଛି। ପଖାଳ ପ୍ରସ୍ତୁତିବେଳେ ଇଥାନଲ ଓ ଲାକ୍‌ଟିକ୍‌ ଏସିଡ ପରିମାଣ ନିୟନ୍ତ୍ରିତ ହେଉଥିବାରୁ ଏଥିରେ ପୁଷ୍ଟିକର ଗୁଣ ବୃଦ୍ଧି ହୋଇଥାଏ। ଏହା ପୁଷ୍ଟିହୀନତା ଭୋଗୁଥିବା ଲୋକଙ୍କ ପାଇଁ ସର୍ବାଧିକ ଉପାଦେୟ। ପେଟପୂରା ପଖାଳ ଶରୀରକୁ ଦିନକର ଖାଦ୍ୟସାର ଯୋଗାଇଥାଏ। ଟେଷ୍ଟ ଆଟଲାସ୍‌ ରିପୋର୍ଟକୁ ସେମାନେ ଖଣ୍ଡନ କରି ଏହା ଏକ ‘ସୁପରଫୁଡ୍‌’ ବୋଲି ପ୍ରତିଷ୍ଠାନର ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *