Pratidin TV

Odisha's Digital News Platform

ଆକ୍ସନ-ଥ୍ରିଲରେ ଭରା ଯଶୋଦାର ନୂଆ ଟ୍ରେଲର୍ , ସରୋଗେଟ୍ ସମନ୍ଥା ବାହାରକରିବେ ମେଡିକାଲ, ଫିଲ୍ମ ଏବଂ ରାଜନୀତି ଦୁନିଆର କଳା ସତ

1 min read

ନୂଆଦିଲ୍ଲୀ : ସାଉଥ୍ ଇଣ୍ଡଷ୍ଟ୍ରିର ସୁପର ଟ୍ୟାଲେନଟେଡ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ କିନ୍ତୁ ତାଙ୍କ ଯଶୋଦା ଫିଲ୍ମ ଟ୍ରେଲର ରିଲିଜ୍ ପରେ ସମନ୍ଥାଙ୍କ ଫ୍ୟାନ୍ସ କ୍ରେଜ ଶିଖର ଡେଇଁବାରେ ଲାଗିଛି । ଏହି ଫିଲ୍ମକୁ ସମୟ ପୂର୍ବରୁ ରିଲିଜ୍ କରିବା ପାଇଁ ଦାବି କରିଛନ୍ତି ଦର୍ଶକ । କାରଣ ଏଥିରେ ସମନ୍ଥାଙ୍କ ୨ ଟି ରୂପ ଦେଖିବାକୁ ମିଳୁଛି । ଗୋଟିଏ ସରୋଗେଟ ମାଁ ଯଶୋଦା , ଯିଏକି କିଛି ନଜାଣି କେବଳ ଟଙ୍କା ବା ନିଜ ପରିବାରର ପ୍ରତିପୋଷଣ ପାଇଁ ସରୋଗେସି ମଦର ହୋଇଯାଇଛି ।

ସେହି ସରୋଗେସି ଦୁନିଆରେ ପଶିବା ପରେ ସେ ଦେଖେ ତାଭଳି ହଜାର ହଜାର ଝିଅଙ୍କୁ । କିନ୍ତୁ ପ୍ରଥମେ କିଛି ବୁଝିପାରେ ଯଶୋଦା । ପରେ ସେହି କଳାଦୁନିଆରେ ଚାଲୁଥିବା କଳାକାରନାମାକୁ ଜାଣିବା ପରେ । ସମସ୍ତଙ୍କୁ ଅସଲ ଚେହେରାକୁ ବାହର କରିବାକୁ ଚେଷ୍ଟା କରେ ଜଣେ ସରୋଗେସି ମା । ଯେଉଁଥିରେ ସାମିଲ ଥାନ୍ତି ଅନେକ ବଡ ବଡୁଆ ନେତା , କଳାକାର ଇତ୍ୟାଦି । ଏଇଠୁ ହିଁ ଆରମ୍ଭ ହୁଏ ଯଶୋଦାର ଆକ୍ସନ ରୋଲ । ଏବଂ ଯଶୋଦା ଜାନିବାକୁ ଚାହେଁ ଏସବୁ ମେଡିକାଲ ଟ୍ରିଟମେଣ୍ଟ ପଛର ସତ ? କାହାର ରହିଛି ଏସବୁ ପଛରେ ହାତ ? କଣ ଯଶୋଦା ଜାନିପାରିବ ସବୁ ସତ ? ଦେଖନ୍ତୁ ଯଶୋଦାର ଭାଇରାଲ ହେଉଥିବା ଟ୍ରେଲର ..

Advertisement

ତେବେ ଫିଲ୍ମଟି ନଭେମ୍ବର ୧୧ ରେ ବଡପରଦାରେ ମୁକ୍ତିଲାଭ କରୁଛି ।

Leave a Reply

Your email address will not be published. Required fields are marked *