Pratidin TV

Odisha's Digital News Platform

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଚର୍ଚ୍ଚିତ ଗୀତିକାର ‘ପଲକ୍ ମୁଚାଲ’

1 min read

ନୂଆଦିଲ୍ଲୀ : ବଲିଉଡ୍‌ରେ ଚାଲିଛି ମ୍ୟାରେଜ୍ ଟ୍ରେଣ୍ଡ । ପ୍ରଥମେ କଳାକାର ଆଉ ଏବେ ସଙ୍ଗୀତଜ୍ଞ । ଚର୍ଚ୍ଚିତ ଗାୟିକା ପଲକ ମୁଚାଲ ବିବାହ କରିବାକୁ ଯାଉଛନ୍ତି । ସେ ମ୍ୟୁଜିକ୍ କମ୍ପୋଜର ଏବଂ ସଙ୍ଗୀତଜ୍ଞ ମିଥୁନଙ୍କୁ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କ ବିବାହ ବୈଦିକ ରୀତିନୀତି ଅନୁସାରେ ନଭେମ୍ବର ୪ରୁ ଆରମ୍ଭ ହେବ । ହଳଦୀ,ସଙ୍ଗୀତ ଓ ମେହେନ୍ଧି ପରେ ନଭେମ୍ବର ୬ରେ ଦୁହେଁ ବିବାହ କରିବେ ।

ପଲକ-ମିଥୁନଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ବା ସମ୍ପର୍କୀୟ ମାନଙ୍କ ଉପସ୍ଥିତିରେ ହେବ । ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବା ବେଳେ , ନିକଟରେ ଘରଲୋକଙ୍କ ସହମତିରେ ତାଙ୍କ ବିବାହ ହେଉଛି । ତାଙ୍କ ବିବାହ ପାଇଁ ମୁମ୍ବାଇର ଏକ ନାମି ଫାଇଭ୍‌ଷ୍ଟାର ହୋଟେଲ ମଧ୍ୟ ବୁକ୍ କରାଯାଇଛି । ଶୁଣିବାକୁ ମିଳୁଛି ଯେ ଏହି ବିବାହରେ ବଲିଉଡ୍‌ର ପ୍ରାୟ ସବୁ କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏନେଇ ତାଙ୍କ ରିସେପସନ ପାର୍ଟିକୁ ୩ ଦିନ ପାଇଁ ଆୟୋଜନ କରାଯାଇଛି । ଯାହାଫଳରେ ସବୁ ନିମନ୍ତ୍ରୀତ ଅତିଥି ତାଙ୍କ ପାର୍ଟିରେ ଯୋଗ ଦେଇପାରିବେ ।

Advertisement

Leave a Reply

Your email address will not be published. Required fields are marked *