Pratidin TV

Odisha's Digital News Platform

କଙ୍ଗାରୁ କୋର୍ଟର ନ୍ୟାୟ : ଯୁବକଙ୍କୁ ଲଣ୍ଡା କରି ଏପରି କଲେ ଗ୍ରାମବାସୀ

1 min read

ତାଳଚେର : କଲେଜ୍ ଛାତ୍ରୀଙ୍କୁ କମେଣ୍ଟ ମାରିବା ନେଇ ତେଜିଛନ୍ତି ଗ୍ରାମବାସୀ । କମେଣ୍ଟ ମାରିଥିବା ଯୁବକଙ୍କୁ ଧରି ଲଣ୍ଡା କରି ଚପଲ ପିନ୍ଧାଇ ଗ୍ରାମରେ ବୁଲାଇଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ତାଳଚେରରେ ଘଟିଛି ।
ସୂଚନା ଅନୁଯାୟୀ ଗତକାଲି ଅର୍ଥାତ୍ ୨୭ ତାରିଖ ଗୁରୁବାର ଦିନ ତାଳଚେର ଥାନା ବାଲୁଙ୍ଗା ଗ୍ରାମର କେତେକ ଛାତ୍ରୀ କଲେଜ ଯାଉଥିଲେ । ଏହି ସମୟରେ ୩ ଜଣ ନିଶାଶକ୍ତ ଯୁବକ (ବାଲୁଙ୍ଗା ଗ୍ରାମର) ସେମାନଙ୍କର ଫିଛା କରିବା ସହ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିଥିଲେ । ଏହା ସହ ସେମାନଙ୍କୁ ଅଶ୍ଳୀଳ ଇଙ୍ଗୀତ ମଧ୍ୟ କରିଥିଲେ । ଏହାପରେ ଛାତ୍ରୀମାନେ କଲେକରୁ ଘରୁ ଫେରି ପରିବାର ଲୋକଙ୍କୁ ସମସ୍ତ ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିବାର ଲୋକେ ଗାଲୋକଙ୍କୁ ଏସବୁ ବାବଦରେ ଜଣାଇଥିଲେ ।

ସେହିଭଳି ଆଜି ଛାତ୍ରଛାତ୍ରୀ ମାନେ କଲେଜ୍ ଯିବା ସମୟରେ ସମ୍ପୃକ୍ତ ଯୁବକ ସେମାନଙ୍କୁ ପୁଣି କମେଣ୍ଟ ମାରିଥିଲେ । ପୂର୍ବରୁ ଯୋଜନା ବଦ୍ଧ ଭାବେ ଲୁଚି ରହିଥିବା ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଘଟଣା ସ୍ଥଳରେ ଜଣେ ଧରାପଡିବା ବେଳେ ଆଉ ୨ ଜଣ ଫେରାର୍ ହୋଇଯାଇଥିଲେ । ଗ୍ରାମବାସୀଙ୍କ ହାବୁଡରେ ପଡିଥିବା ଯୁବକଜଣଙ୍କୁ ଗ୍ରାମର କଙ୍ଗାରୁ କୋର୍ଟ ବା ସଭାକୁ ନେଇ ସେଠାରେ ଫଇସାଲ କରିଥିଲେ । କଙ୍ଗାରୁ କୋର୍ଟର ଦଣ୍ଡ ଅନୁଯାୟୀ ସଂପୃକ୍ତ ଯୁବକକୁ ଲଣ୍ଡା କରି ଚପଲମାଳ ପିନ୍ଧାଇ ଗ୍ରାମ ଦାଣ୍ଡରେ ବୁଲାଇଥିଲେ ଗ୍ରମବାସୀ ।

Advertisement

ଏହି ଘଟଣା ବିଷୟରେ ଖବର ପାଇ ତାଲଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ କବଳରୁ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଥିଲା। ପରେ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣାକୁ ନେଇ ବାଲୁଙ୍ଗା ଲୋକଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇନଥିବା ଗ୍ରାମ ସଭାପତି ରଙ୍ଗାଧର ନାହାକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *