Pratidin TV

Odisha's Digital News Platform

ଅଡୁଆରେ ଫସିଲେ ଅଭିନେତ୍ରୀ ରିୟା ଦେ , ମାମଲା ରୁଜୁ କଲା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ

ବଢିଲା ଓଡିଆ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ମାଡ ମାରି ନିର୍ଯାତନା ଦେବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ।

ଘଟଣାଟି ମିତିକି କଟକ ବିଡ଼ାନାସୀ ଥାନା ଅଞ୍ଚଳରେ ରହୁଛନ୍ତି ରିୟା ଦେ’ ଓ ତାଙ୍କ ସ୍ୱାମୀ। ତାଙ୍କ ଘରେ ଦେଢ଼ ବର୍ଷ ହେଲା କେୟାରଟେକର ଭାବେ ରହୁଥିଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବତୀ। ଅଭିଯୋଗ ଅନୁସାରେ ରିୟା ଓ ତାଙ୍କ ସ୍ୱାମୀ ଅନେକ ସମୟରେ ଯୁବତୀଙ୍କୁ ଅକଥନୀୟ ମାଡ଼ ମାରୁଥିଲେ। ନିଶାରେ ବିୟର ବୋତଲରେ ରିୟା ପିଟୁଥିବା ଅଭିଯୋଗ କରିଥିଲେ। ଯେଉଁଥିପାଇଁ ସେ ଠିକ୍ରେ ଚାଲି ପାରୁନଥିବା ପୀଡ଼ିତା କହିଛନ୍ତି। ଅନେକ ସମୟରେ ସିଗାରେଟ୍ ଆଣିବା ପାଇଁ ବଜାରକୁ ପଠାଉଥିଲେ।

ଦୁଇ ଦିନ ତଳେ କିଛି ସମାଜସେବୀ ବନ୍ଦ ଘରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତା ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି କଟକ ଟାଉନ୍ ଅଞ୍ଚଳରେ ଘଟିଥିବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ମାମଲାକୁ ବିଡାନାସୀ ଥାନାକୁ ଟ୍ରାନ୍ସଫର କରିଥିଲା। ବିଡାନାସୀ ଥାନା ପୁଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ଆଜି ଏହି ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ କମିଶନ ନୋଟିସ ଜାରି କରିଛନ୍ତି । ଡିସିପିଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଏଥିରେ ଆସନ୍ତା ୨୫ ତାରିଖ ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଯୁବତୀଙ୍କର ଥଇଥାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇପରିବ ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *