Pratidin TV

Odisha's Digital News Platform

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟ୍‌ର ଘାଇ , ୪ଟି ପଞ୍ଚାୟତରୁ ଯୋଗାଯୋଗ ବିଛିନ୍ନ

1 min read

ସାଲେପୁର : କେନାଲବନ୍ଧ ଭାଙ୍ଗି ସୃଷ୍ଟି ହେଲା ୧୦୦ ଫୁଟର ଘାଇ । ସୂଚନା ଅନୁଯାୟୀ କଟକ ଜିଲ୍ଲା ସାଲେପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଆଜି ବିରାଟ ବଡ ଘାଇ ସୃଷ୍ଟି ହୋଇଛି । ଫଳରେ ନଦୀବନ୍ଧରେ ଥିବା ପ୍ରାୟ ୫ ରୁ ୬ ଟି ଦୋକାନ ଭାସିଯାଇଥିଲା । ବନ୍ଧ ଭାଙ୍ଗିଯିବାରୁ ଗୋପିନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

ଏନେଇ ଲୋକ ସକାଳ ପହରୁ ନାହିଁ ନଥିବା ହଇରାଣର ସମ୍ମୁଖିନ ହେଉଛନ୍ତି । କାରଣ ଉକ୍ତ ରାସ୍ତା ଦେଇ ପ୍ରତ୍ୟକଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଆଜି ସକାଳୁ ବନ୍ଧ ଭାଙ୍ଗିଯିବାରୁ ଗ୍ରାମବାସୀଙ୍କର ଦୈନନ୍ଧିନ ଜୀବନ ବାଧା ପ୍ରାପ୍ତ ହୋଇଛି । ଉକ୍ତ ବନ୍ଧ ଭାଙ୍ଗିଯିବାରୁ ଭେଡ଼ା, ତ୍ରିବେଣୀଶ୍ୱର, ନୁଦାଙ୍ଗ ଓ ଗୋପୀନାଥପୁର ପଞ୍ଚାୟତ ର ଲୋକେ ବେଶୀମାତ୍ରରେ ପ୍ରଭାବିତ ହେବେ । ପଟ୍ଟାମୁଣ୍ଡାଇ କେନାଲରେ ହଠାତ୍ ଏତେ ବଡ ଘାଇ କିପରି ସୃଷ୍ଟି ହେଲା ତାର କାରଣ ଜଣାପଡି ନାହିଁ । ସୂଚନାପାଇ ବିଭାଗୀୟ ଅଧିକାରୀ ଘଟନା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *