Pratidin TV

Odisha's Digital News Platform

ଘରୋଇ ସହାୟିକାଙ୍କୁ ମାଡ଼ ମାରି ଫସିଲେ ରିୟା , ଅଭିନେତ୍ରୀଙ୍କୁ ଜେରା କଲା ବିଡାନାସୀ ପୋଲିସ ..

1 min read

ଏବେ ଅଡୁଆରେ ପଡିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ଚୂଲୁବୁଲି ନାୟିକା ରିୟା ଦେ । ନାବାଳିକା ଘରୋଇ ସହାୟିକାଙ୍କୁ ରିୟା ଓ ତାଙ୍କ ସ୍ବାମୀ ନିର୍ଯାତନା ଦେବା ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର୍) ନିଜ ଆଡ଼ୁ ଘଟଣାର ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ଆଜି ଏହି ମାମଲାରେ ରିୟା ଏବଂ ତାଙ୍କ ସ୍ୱାମୀଙ୍କୁ ପୋଲିସଟିମ ଜେରା କରିଛି । ସୂଚନା ଅନୁଯାୟୀ, ବିଡ଼ାନାସୀ ବନ୍ଧ ଛକ ନିକଟରେ ରିୟା ଦେ’ଙ୍କ ଘରେ ଜଣେ ନାବାଳିକା ରହି କାମ କରୁଥିଲେ। ସମ୍ବଲପୁର ନାକଟିଦେଉଳ ଥାନା ଅନ୍ତର୍ଗତ ଭାଲୁ ଗାଡ଼ିଆ ଅଞ୍ଚଳର ଏହି ନାବାଳିକା ରିୟାଙ୍କ ଘରେ ପ୍ରାୟ ଦେଢ଼ ବର୍ଷ ହେବ ସହାୟିକା ଭାବେ କାମ କରିଆସୁଥିଲେ। ଗଲା ୮ ତାରିଖରେ ବର୍ଷା ଘରୁ କେଉଁଆଡ଼େ ଚାଲିଯାଇଥିଲେ। ୯ ତାରିଖରେ ବିଡ଼ାନାସୀ ଥାନାରେ ରିୟାଙ୍କ ସ୍ବାମୀ ସୁନୀଲ ଦଳାଇ ନିଖୋଜ ଅଭିଯୋଗ କରିଥିଲେ।

ପୁଲିସ ନିଖୋଜ ମାମଲା ରୁଜୁ କରିଥିଲା। ଏଭଳି ପରିସ୍ଥିତିରେ ଚନ୍ଦ୍ରଶେଖରପୁର ଥାନାରେ ବୁଧବାର ଏହି ନାବାଳିକା ଫେରାଦ ହୋଇ ରିୟା ଓ ସ୍ବାମୀ ସୁନିଲ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ପୁଲିସ ଭାରତୀୟ ନ୍ୟାୟ ସହିଂତାର ଧାରା ୨୨୬ ଓ ୧୧୫ରେ ଏକ ମାମଲା(କେସ୍ ନଂ ୧୬୯)ରେ ଅଭିନେତ୍ରୀ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁରୁବାର ବିଡ଼ାନାସୀ ଥାନା ପୁଲିସ ରିୟାଙ୍କ ଘରକୁ ଯାଇ ପଚରାଉଚରା କରିଥିଲା। ପୀଡ଼ିତା ଯେଉଁ ଅଭିଯୋଗ ଆଣିଛନ୍ତି, ରିୟା ଓ ତାଙ୍କ ସ୍ବାମୀ ଏହାକୁ ଖଣ୍ଡନ କରିଥିବା ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡ଼ୁ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଡିସିପି, ଖୋର୍ଧା ଡିଏଲଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏ ପ୍ରସଂଗରେ ତଦନ୍ତ ରିପୋର୍ଟ କିମ୍ବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *